ମୁକୁଳା ପୋଖରୀ ନେଲା ନିଷ୍ପାପ ଜୀବନ ।

0 9

କୋଦଳା ,୦୭/୦୯(ପିପିଟି ):ମୃତ୍ୟୁ ଏମିତି ବି ଆସେ ,ନିଷ୍ପାପ ଜୀବନ ବୟସ ମାତ୍ର ପାଞ୍ଚ ବର୍ଷ, ଜୀବନର ପ୍ରଥମ ସୋପାନରେ ଥାଇ କିଛି ବୁଝିବା ଆଗରୁ ଚାଲିଗଲା ନିରୀହ ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କୋଦଳା ଥାନା ଅନ୍ତର୍ଗତ କାଳିମେଘି ପଞ୍ଚାୟତରେ । ଆଜି ସକାଳ ୯ଘଣ୍ଟ ସମୟରେ କାଳିମେଘି ଗ୍ରାମର ନୁଆଁସାହି ବାସିନ୍ଦା ଲକ୍ଷ୍ମଣ ଜେନାଙ୍କ ସାନପୁଅ ଶ୍ରୀୟାଂଶୁ (୦୫) ଟିୟୁସନରୁ ଆସି ନିଜ ମା’ କୁ ନପାଇ ପୋଖରୀକୁ ଖୋଜିବାକୁ ଆସି ଦୁର୍ଭାଗ୍ୟବଶତଃ ଗୋଡ ଖସି ଜୀବନ ହରାଇବା ଘଟଣା ସମସ୍ତଙ୍କୁ ହତବାକ କରିଛି । ତୁରନ୍ତ ତାକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବାପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କାଳିମେଘି ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ନିକଟରେ ଥିବା ଏହି ପୋଖରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆସୁଥିବା ରାସ୍ତା କଡରେ ଅଛି । ବହୁ ବାର ଜନସାଧାରଣ ଏବିଷୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଏଯାବତ ପୋଖରୀ କଡରେ ଗାଡ଼ୱାଲ କିମ୍ବା କୌଣସି ସୁରକ୍ଷା ପଦକ୍ଷେପ ନିଆଯାଇନାହିଁ । ହେଲେ ଏଥିରେ ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ? ନିଷ୍ପାପ ଶିଶୁର ଜୀବନ ହାନି ନେଇ ପରିବାର ସମେତ ଗ୍ରାମବାସୀ ଦୁଃଖରେ ଭାଙ୍ଗିପଡିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.