ମାଡ଼ି ଆସୁଛି ବାତ୍ୟା ‘ମୁରାସୁ’, ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ।

0 15

ଭୁବନେଶ୍ୱର,୦୨/୧୧(ପିପିଟି): ମାଡ଼ି ଆସୁଛି ବାତ୍ୟା ‘ମୁରାସୁ’, ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ । ବାତ୍ୟାର ଗତିପଥ ବଦଳାଇପାରେ ପୂର୍ବଘାଟ ପର୍ବତମାଳା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବା ଆରମ୍ଭ ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ଆଶଙ୍କା ରହିଥିବାବେଳେ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ସମେତ ଆଖପାଖ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାତ୍ୟାର ପ୍ରଭାବ ଆସନ୍ତା ୪ ତାରିଖରେ ଅଧିକ ଅନୁଭୂତ ହେବାର ଆକଳନ କରାଯାଇଛି। ବିଶେଷକରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଏହାର ଗତି ଓ ତୀବ୍ରତା ଉପରେ ପାଣିପାଗର ପରିବର୍ତ୍ତିତ ସ୍ଥିତି ପ୍ରଭାବ ପକାଇପାରେ। ଶୁଷ୍କ ଓ ଥଣ୍ଡା ପବନ ସହ ପୂର୍ବଘାଟ ପର୍ବତମାଳାର ଭୌଗୋଳିକ ଅବସ୍ଥିତି ବାତ୍ୟାର ଗତିକୁ ମନ୍ଥର କରିବା ସହ ଏହାର ଶକ୍ତି ଧୀରେ ଧୀରେ ହ୍ରାସ କରିପାରେ। ଏହାପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ତେଲେଙ୍ଗାନା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି।

Leave A Reply

Your email address will not be published.