ଭୀମଟାଙ୍ଗି ପାର୍କରେ ସ୍ଵାଧୀନତା ଦିବସ ପାଳିତ ।

0 58

ଭୁବନେଶ୍ୱର,୧୫/୦୮(ପିପିଟି):ଭୀମେଶ୍ଵର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ, ଭୀମଟାଙ୍ଗି ତରଫରୁ ପାର୍କ ପରିସର ମଧ୍ୟରେ
ସ୍ଵାଧୀନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଭ୍ରମଣକାରୀ ସଂଘର ଉପସଭାପତି ମଦନମୋହନ ଦାଶ ଜାତୀୟ ପତାକା ଉତ୍ତୋଳନକରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ସ୍ଥାନୀୟ କର୍ପୋରେଟର ଶିବନାରାୟଣ ରାୟ ସ୍ଵାଧୀନତା ଦିବସ ଉପଲକ୍ଷେ ଭାଷଣ ପ୍ରସଙ୍ଗରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ସଂଘର ସାଧାରଣ ସଂପାଦକ କାମଦେବ ରଣସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଇଂ ବଂଶୀଧର ପଣ୍ଡା, ମହାଦେବ ଗରାବଡୁ, ବନବିହାରୀ ରଥ, ପଦ୍ମନାଭ ଷଢଙ୍ଗି,ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ବିଷ୍ଣୁ ଚରଣ ପ୍ରଧାନ, ଶଙ୍କର ସାହୁ, ବସନ୍ତକୁମାର ନାୟକ, ବିନୋଦବିହାରୀ ପଲେଇ, ଶ୍ରୀକାନ୍ତ ମହାନ୍ତି, ପ୍ରଫୁଲ୍ଲ ନାୟକ, ଦୃଦାନନ୍ଦ ଦାସ, ଲୋକନାଥ ମିଶ୍ର, ସୀତାଂଶୁଶେଖର ବାବୁ, ହୃଷିକେଶ ଶଥପଥି,ନିରାକାର ଜେନା, ଉଷାରାଣୀ ମହାନ୍ତି, ସୁନିତା ପଟ୍ଟନାୟକ, ନିବେଦିତା ଜେନା, ମାମା ସାହୁ, ପଙ୍କ ଜିନି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ସମାଜସେବୀ ନିରଞ୍ଜନ ମିଶ୍ର ସମସ୍ତଙ୍କ ନିମନ୍ତେ ନିଷ୍ଟାନ୍ନ ବଣ୍ଟନ ବ୍ୟବସ୍ଥା କରିଥିବା ସ୍ଥଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶଙ୍କର ମହାପାତ୍ର ଉପସ୍ଥିତ ସମୂହ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.