ଭଞ୍ଜନଗର ପୋଲିସ ହାବୁଡ଼ରେ ୨ଗଞ୍ଜେଇ ମାଫିଆ ।

0 0

ଭଞ୍ଜନଗର, ୧୭/୦୯(ପିପିଟି ):ଭଞ୍ଜନଗର ପୋଲିସ ବୁଧବାର ପୁଣି ଚୋରା ଗଞ୍ଜେଇ ଚାଲାଣ କରୁଥିବା ୨ଜଣ ମାଫିଆଙ୍କୁ ଗିରଫ କରିଛି। ଭଞ୍ଜନଗର ଥାନା ଏସଆଇ ଲଷ୍ମୀଧର ମହାନ୍ତି ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପେଟ୍ରୋଲିଂ କରୁଥିବା ବେଳେ ପହଣ୍ଡା ଛକରେ ୨ଜଣ ବ୍ୟକ୍ତିଙ୍କୁ ଏକ ଜରି ବସ୍ତା ସହ ଦେଖି ପୋଲିସର ସନ୍ଦେହ ହୋଇଥିଲା । ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବା ଜଣା ପଡିଥିଲା। ଏହି ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ କନ୍ଧମାଳ ଜିଲ୍ଲା ଟିକାବାଲିର ଦୈତାରୀ ମଲ୍ଲିକ ଏବଂ ପଶ୍ଚିମ ବଙ୍ଗର ରାଜାପୁର ଉତ୍ତର ୨୪ ପ୍ରଗଣାର ଅଜବେରା ମୁଲ୍ଲା ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ଠାରୁ ମୋଟ ୨୩ କିଲୋ ୨୩୦ ଗ୍ରାମ ଚୋରା ଗଞ୍ଜେଇ ଏବଂ ୧୨୦୦ ଟଙ୍କା ଜବତ କରାଯାଇଛି। ଏହି ସମ୍ପର୍କରେ, ଭଞ୍ଜନଗର ପି.ଏସ୍. ମାମଲା ନଂ. ୯୭୩/୨୬ ରେ ୨୦(ଖ)(୨) (ଗ) ଏନଡିପିଏସ୍ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.