ବୌଦ୍ଧରୁ ପୁରୀ ଗଲା ୭୦ଖଣ୍ଡ ରଥ କାଠ ।

0 230

ହରଭଙ୍ଗା୨୫/୦୫ :ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥ ନିର୍ମାଣ ପାଇଁ ଶନିବାର ବୌଦ୍ଧ ବନଖଣ୍ଡର ମାଧପୁର ରେଞ୍ଜରୁ ୭୦ ଖଣ୍ଡ ଅସନ କାଠ ପୁରୀ ରଥଖଳାକୁ ପଠାଯାଇଛି। ଚଳିତବର୍ଷ ଦ୍ଵିତୀୟ ପର୍ଯ୍ୟାୟରେ ବୌଦ୍ଧରୁ ପୁରୀକୁ ରଥ କାଠ ପ୍ରେରଣ କରାଯାଇଥିବା ନେଇ ମାଧପୁର ରେଞ୍ଜ ଅଫିସର ଆଶିକ କୁମାର ଦିଗାଲ ସୂଚନା ଦେଇଛନ୍ତି । ସଂର୍କିନ ମଣ୍ଡଳୀ ସହିତ ରଥକାଠ ବୋଝେଇ ଦୁଇଟି ଗାଡିକୁ ମାଧପୁର ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କଳସ ବସାଯାଇ ସ୍ୱାଗତ କରାଯାଇଥିଲା । ଘଣ୍ଟ ବାଦ୍ୟ , ହରିବୋଲି ଓ ହୁଳହୁଳି ଦେଇ ମହାପ୍ରଭୁଙ୍କ କାଠକୁ ପୁରୀ ଅଭିମୁଖେ ପାଛୋଟି ନିଆଯାଇଥିଲା।

Leave A Reply

Your email address will not be published.