ବୋଲଗଡ଼ ବ୍ଲକ ଅଂଚଳରେ ଓଡିଶା ବନ୍ଦ ଡାକରା ଆଂଶିକ ସଫଳ।

0 15

ବୋଲଗଡ଼,୦୮/୧୦ (ପିପିଟି): ବୋଲଗଡ଼ ବ୍ଲକ ଅଂଚଳରେ ୧୨ଘଣ୍ଟିଆ ଓଡିଶା ବନ୍ଦ ଡାକରାର ଆଂଶିକ ସଫଳ ହୋଇଛି।କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଅକ୍ଟୋବର ୮ ଓଡିଶା ବନ୍ଦ ଡାକରା ଦିଆଯାଇ ଥିଲା।ଏହି ପରିପ୍ରେକ୍ଷୀରେ ସମସ୍ତ ସରକାରୀ କାର୍ଯ୍ୟାଳୟ,ବେସରକାରୀ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଆଦି ସ୍ବଭାବିକ ଭାବେ କାର୍ଯ୍ୟ ଚାଲୁ ରହିଥିଲା।ତେବେ ଆମ୍ବୁଲାନ୍ସ,କ୍ଷୀରଗାଡି ଭଳି ଜରୁରୀକାଳୀନ ଯାନବାହାନ ଚଳାଚଳ କରୁଥିବା ବେଳେ ଅନ୍ୟ ସାଧାରଣ ମୋଟର ଯାନବାହାନ ଆଦି ଚଳାଚଳରୁ ବିରତି ରହିଥିଲା।ସେହିପରି ଦୋକାନ ବଜାର ଗୁଡିକ ସ୍ବଭାବିକ ଭାବେ ଖୋଲା ରହିଥିଲା।ଏଠାରେ ଓଡିଶା ବନ୍ଦ ଡାକରାରେ ମୁଖ୍ୟତଃ ଜାତୀୟ କଂଗ୍ରେସ ଓ ବାମଦଳ ସାମିଲ ହୋଇଥିଲା।ସ୍ଥାନୀୟ ତହସିଲ ଛକରେ ପ୍ରମୁଖ ୨ ଜାତୀୟ ଦଳର କର୍ମ୍ମୀ ମାନେ ହାତରେ ଦଳୀୟ ପତାକା ଧରି ଶାସକ ବିଜେପି ସରକାର ବିରୁଦ୍ଧରେ ବିଭିର୍ଣ୍ଣ ନାରାବାଜି ଦେଇ ଜାତୀୟ ରାଜପଥରେ ବସି ରହିଥିଲେ।ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ,ଏସ.ଆଇ.ଆର. ପ୍ରତ୍ୟାହାର ସହିତ ଭୋଟ ଚୋରି ଓ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୭୪୧ଟି ଗୁରୁତର ଏବଂ ଲଜ୍ଜ୍ୟା ଜନକ ଭୁଲ ଛପା ଯିବା ସହ ନୂତନ ପାଠ୍ୟ ପୁସ୍ତକ ଜରିଆରେ ଅବୈଜ୍ଞାନିକ ସମ୍ବିଧାନ ବିରୋଧୀ, ସାମ୍ପ୍ରଦାୟିକ ବିଷୟ ବସ୍ତୁକୁ ପାଠ୍ୟକ୍ରମରେ ଅନ୍ତର୍ଭୂକ୍ତ ଇତ୍ୟାଦି ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।ସେହିପରି ବନ୍ୟା ବିପତ୍ତି ଓ ସରକାରୀ ଉଦାସୀନତା ଆଦି ମୁଖ୍ୟ ପ୍ରସଙ୍ଗକୁ ନେଇ କର୍ମ୍ମୀ ମାନେ ଗର୍ଜ୍ଜନ କରିଥିଲେ।ଏହି ବନ୍ଦ ଡାକରାରେ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ରମାକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱ ରେ ପ୍ରାକ୍ତନ ସଭାପତି ଗଦାଧର ଚମ୍ପତି,୨୫ନଂ ଜୋନ ସଭାପତି ଆରିଫୁଦ୍ଦିନ ଖାଁନ,୨୬ନଂ ଜୋନ ସଭାପତି ସର୍ବେଶ୍ୱର ମାର୍ଥା,୨୭ନଂ ଜୋନ ସଭାପତି ରଘୁନାଥ ସାହୁ,ଅଶୋକ ରାଉତରାୟ,ଯୁବ କଂଗ୍ରେସର ନିରଞ୍ଜନ ସାମନ୍ତରାୟ,ପ୍ରଶାନ୍ତ ପରିଡା,ଲଛମନ ବରାଡ଼ ଓ ଶେଖ ସୌକତ ଅଲ୍ଲି ପ୍ରମୁଖଙ୍କ ସମେତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜିଲ୍ଲା ସମ୍ପାଦକ ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱରେ ବିନୋଦ ବରାଡ଼, ବସନ୍ତ ସେଠୀ, ଦିବାକର ପରମଗୁରୁ,ଗଗନ ନାୟକ,ପ୍ରଶାନ୍ତ ସାହୁ,ବିଜୟ ପ୍ରଧାନ, ପରମାନନ୍ଦ ଦାସ ଓ କମ୍ରେଡ଼ ସୁମନ୍ତ ଛୋଟରାୟ ପ୍ରମୁଖ ଓଡିଶା ବନ୍ଦ ଡାକରାରେ ସାମିଲ ହୋଇଥିଲେ।ଆଇନ ଶୃଙ୍ଖଳା ଦୃଷ୍ଟିରୁ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.