ବାଲିଗୁଡା, ୧୧/୦୬: (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗୁଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଜାଲାଙ୍ଗିଆ ଉପର ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା। ଉପର ସାହି ରେ ଦୀର୍ଘ ବର୍ଷ ଧରି ଚାରି ପରିବାର ବସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଙ୍କ ପକ୍ଷରୁ କୌଣସି ପ୍ରକାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରା ଯାଇନଥିବା ଅଭିଯୋଗ କରିଛନ୍ତି ଜାଲାଙ୍ଗିଆ ଗ୍ରାମବାସୀ। ହେଲେ ଏଠି କିଛି ପ୍ରଶ୍ନବାଚି ସୃଷ୍ଟି ହେଉଛି ସରକାର ପରେ ସରକାର ବଦଳୁଛି ହେଲେ ସରକାର ଯୋଜନା ସଠିକ୍ ସ୍ଥାନରେ ପହଞ୍ଚିବାର ଅସୁବିଧା ରହୁଛି କୋଉଠି ନା ଜାଣି ଶୁଣି ପ୍ରଶାସନ ନିରବ ଦ୍ରଷ୍ଟା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯାହା ଫଳରେ ଲୋକେ ଆଜି ବି ବିଶୁଦ୍ଧ ପାନୀୟ ଜଳ ପାଉ ନ ଥିବାରୁ ବାଧ୍ୟ ହୋଇ ଦୂଷିତ ଚୂଆ ନାଳ ପାଣି ଉପରେ ନିର୍ଭର କରୁଛନ୍ତି । ସେହି ପାଣିକୁ ବ୍ଯବହାର କରି ଅନେକ ଶିଶୁ ଓ ବୟସ୍କ ଲୋକ ରୋଗାଗ୍ରସ୍ତ ହେବା ସହ ଅମୂଲ୍ଯ ଜୀବନ ହରାଉଛନ୍ତି। ହେଲେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରୟାସ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଉକ୍ତ ଜାଲାଙ୍ଗିଆ ଉପର ସାହିରେ ବିଶୁଦ୍ଧ ପାନୀୟ ଜଳ କାହିଁକି ପହଞ୍ଚି ପାରିନି ସେ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ ବର୍ଷ ବର୍ଷ ଧରି ବାଧ୍ଯ ହୋଇ ଦୂଷିତ ଚୂଆ ନାଳ ପାଣି ବ୍ୟବହାର କରି ଆସୁଛନ୍ତି।ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଉକ୍ତ ଗ୍ରାମର ରେଖା ପ୍ରଧାନ, ବିନୋଦ ଦିଗାଲ, ରଞ୍ଜିତ ଦିଗାଲ, ଭୀମସେନ ଦିଗାଲ, ପିଣ୍ଟୁ ଦିଗାଲ ପ୍ରମୁଖ ଉକ୍ତ ସାହିରେ ନୂତନ ନଳକୂପ ଖନନ ନିମନ୍ତେ ଦାବି କରିଛନ୍ତି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ