ବେଗୁନିଆପଡା,୧୫/୦୮(ପିପିଟି ):- ୮୦ ତମ ସ୍ୱାଧୀନତା ଦିବସ ଅବସର ରେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ର ସମସ୍ତ ସରକାରୀ /ବେସରକାରୀ ଶିକ୍ଷ୍ୟା ଅନୁଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟ,ରେ ପତ୍ତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଦଳା କୋର୍ଟ ପରିସର ରେ ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା,ଯେ ଏମ ଏଫ ସି ବିଚାରପତି ଶୋଭନ କୁମାର ପଣ୍ଡା ଙ୍କ ଉପସ୍ଥିତି ରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିଶ୍ୱ ରଞ୍ଜନ ବେହେରା ପତ୍ତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଆଇନଜୀବୀ ଜମିର ଅଲି ଖାନ, ଭଗବାନ ହୋତା, ତାରିଣୀ ଚରଣ ପଟ୍ଟନାୟକ, ଉଦୟ ନାଥ ପ୍ରଧାନ, ଭାସ୍କର ସ୍ୱାଇଁ, ହର ପ୍ରସାଦ ସାହୁ,ଅଦାଲତ କର୍ମକର୍ତ୍ତା ପ୍ରଶାନ୍ତ କୁମାର ପଣ୍ଡା, ସୁଶୀଲ କୁମାର ସାହୁ, ରୁପାଲୀ ପାଢ଼ୀ,ପ୍ରମୁଖ ସ୍ୱାଧୀନତା ଦିବସ ଉପରେ ନିଜ ନିଜର ମତ ରଖିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ବାର ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ଶୁଭ୍ରମଣୀ ଦାଶ, ଅବନୀ ଶଙ୍କର ମିଶ୍ର ଙ୍କ ସମେତ ବହୁ ଆଇନଜୀବୀ ଓ ଅଦାଲତ କର୍ମଚାରୀ ଉପସ୍ଥିତ ଥିଲେ ।ସେହିପରି ବେଗୁନିଆପଡା ବ୍ଲକ ପରିସର ରେ ଅଧ୍ୟଖ୍ୟା ରେଣୁ ଗୌଡ଼/ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପତ୍ତାକା ଉତ୍ତୋଳନ କରିଥିବା ବେଳେ ବେଗୁନିଆପଡା ଥାନା ରେ ଏସଆଇ ରାଜେଶ କୁମାର ଛତ୍ରୀୟା, କୋଦଳା ଥାନା ରେ ଏସଆଇ ରାମଚନ୍ଦ୍ର ମିଶ୍ର, ତହସିଲ ରେ ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ ପତ୍ତାକା ଉତ୍ତୋଳନ କରିଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ