ସୁବର୍ଣ୍ଣପୁର ,୨୦/୦୪(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସଭା ଗୃହ ଠାରେ ଆଜି ଅଷୟ ତୃତୀୟା ଉପଲକ୍ଷେ ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଥିଲା । ସୋନପୁର ସିଡିପିଓ ସାଗରିକା ସ୍ଵାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକ ରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ବିଡ଼ିଓ ପ୍ରତିକ କର, ଡି ଏସ ପି ରେଣୁକା ସୁନା, ଏ ବି ଇ ଓ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବାଲ୍ୟ ବିବାହର କୁ ପରିଣାମ ବିଷୟରେ କହିଥିଲେ । ବାଲ୍ୟ ବିବାହକୁ କିପରି ଆମେ ଦୁର କରି ପାରିବା ଓ ଏଥିପାଇଁ ଆମେ କେଉଁ ପନ୍ଥା ଅବଲମ୍ବନ କଲେ ଲୋକ ମାନେ ବାଲ୍ୟ ବିବାହ ନ କରିବା ପାଇଁ ସଚେତନ ହୋଇ ପାରିବେ ସେହି ସଂପର୍କ ରେ ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ଥିବା ବିଭିନ୍ନ ଅଞ୍ଚଳର ଓ୍ବାର୍ଡ ମେମ୍ବର,ସରପଞ୍ଚ , ପ୍ରିଣ୍ଟିଙ୍ଗ ପେସ୍ ମାଲିକ, ଜ୍ୟୋତିଷ, ଟେଣ୍ଡ ହାଉସ କର୍ମକର୍ତ୍ତା, ଅଙ୍ଗନୱାଡି କର୍ମୀ, ମନ୍ଦିର ପୂଜକ କମିଟିର ସଦସ୍ଯ ,ପି ଆର ଆଇ ମେମ୍ବର ବାଲ୍ୟ ବିବାହ ଦୂରିକରଣର ରେ ତାଙ୍କର ଭୂମିକା ସଂପର୍କ ରେ କହିଥିଲେ । ପରେ ନିଜ ବ୍ଲକ କୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଶପଥ ନେଇଥିଲେ । ସର୍ବ ଶେଷରେ ରୋଜିସ୍ମିତା ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ