ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ ।

0 4

ଭୁବନେଶ୍ୱରର,୧୭/୦୯(ପିପିଟି ):ସର୍ବପୁରାତନ ଆବାସିକ କେନ୍ଦ୍ର ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଗ୍ରାହଳୟର ପୂର୍ବତନ ଅଧକ୍ଷକ ଓ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଡ଼କ୍ଟର ଜୟନ୍ତୀ ରଥ,ସମ୍ମାନିତ ଅତିଥି ଉତ୍କଳ ବିଶ୍ଵ ବିଦ୍ୟାଳୟର ସ୍ନାତକ ପରିଷଦର ପୂର୍ବତନ ସଭାପତି ଏବଂ ପୟୋଗିକ ଅର୍ଥଶାସ୍ତ୍ର prof ଡ଼କ୍ଟର ମିତାଲି ଚିନ୍ନାରା ଯୋଗଦାନ କରିଥିଲେ। ସମସ୍ତ ଅତିଥି ବୃନ୍ଦ ସମାଜଗଠନରେ ଓ ବିକାଶରେ ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା,ତାର ସାମ୍ପ୍ରତିକ ସମାଜରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ବିଷୟରେ ମତ ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରତିଷ୍ଠାତା ସଭ୍ୟ ଆଶିଷ ପଟ୍ଟନାୟକ, ସଭାପତି ଡ଼କ୍ଟର ଇତିଶ୍ରୀ ଦାଶ, ସମ୍ପାଦିକା ସ୍ମିତା ମହାନ୍ତି, ଉପସଭାପତି ନୃସିଂହପ୍ରଭା ମିଶ୍ର ଓ ଯୁଗ୍ମ ସମ୍ପାଦିକା ମାଧୁରୀ ପଟ୍ଟନାୟକ ଉପସ୍ଥିତ ରହି ଅନୁଷ୍ଠାନର ପ୍ରାଥମିକ ଉଦେଶ୍ୟ ଯଥା ଅନଗ୍ରସର ଜାତିକୁ ମୁଖ୍ୟ ସୂତ୍ରରେ ସାମିଲ କରିବା। ଗରିବ ଅସହାୟ ପିଲାଙ୍କୁ ସାହାଯ୍ୟ ସବୁ କ୍ଷେତ୍ରରେ କରିବା ସଂଗେ ସଂଗେ ସେମାନଙ୍କୁ ନୂତନ ପ୍ଲାଟଫର୍ମ ଯୋଗାଇଦେବା, ଲେଡିଜ କ୍ଲବ ଯୋଗଦାନ କରିଥିବା ବିଭିନ୍ନ ପ୍ରକାର ସମାଜ ସେବାର ବିଶଦ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ।

ଏହି କାଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଅନଗ୍ରସର କୃତୀ ପ୍ରତିଯୋଗୀ ମାନଂକୁ ପୁରସ୍କାର ପ୍ରଦାନ କରିଥିଲେ। ସେମାନଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ପରିଶେଷରେ ଅନୁଷ୍ଠାନର ସାଂସ୍କୃତିକ ପରିଷଦର ସମ୍ପାଦିକା ଅଲିଭା ଦାସ,ସହ ସମ୍ପାଦିକା ପୁଷ୍ପିତା ମହାପାତ୍ର ଓ କ୍ଲବର ସମସ୍ତ ସଭ୍ୟାଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଓ ଉପସଭାପତି ନୃସିଂହପ୍ରଭା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.