କୋଦଳା,୨୬/୧୧(ପିପିଟି): କୋଦଳା ଏନଏସିରେ ଶିକ୍ଷା ବ୍ୟବସ୍ଥା ଦିଗହରା । କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ସରକାର ପୋଷାକ ଦେଉଥିବା ବେଳେ ବର୍ଷ ଶେଷ ହେବାକୁ ବସିଲାଣି ଏବେବି ବହୁ ବିଦ୍ୟାଳୟ ରେ ପୋଷାକ ପାଇନଥିବା ଜଣାପଡିଛି । ଏମିତି କିଛି ସମସ୍ୟା କୋଦଳା ଏନଏସିର ତିନିଗୋଟି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି କୋର୍ଟ ପ୍ରାଥମିକ ବିଦ୍ୟାଳୟ, ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ଏବଂ ଖରୁଡ଼ା ସାହି ପ୍ରାଥମିକ ବିଦ୍ୟାଳୟ ଠାରେ । ଆଜି ଆମ ପ୍ରତିନିଧି କୋର୍ଟ ପ୍ରାଥମିକ ବିଦ୍ୟାଳୟ ରେ ପହଞ୍ଚି ଦେଖିଲେ କୌଣସି ଶିଶୁ ନୂତନ ବିଦ୍ୟାଳୟ ପୋଷାକ ପିନ୍ଧିନାହାନ୍ତି । ପ୍ରଧାନ ଶିକ୍ଷକ ନାରାୟଣ ସାହୁ ଙ୍କୁ ପଚାରିବାରେ ସେ କହିଥିଲେ ଯେ ବହୁଥର ବିଇଓ ଙ୍କୁ ଜଣାଇଲୁଣି କିନ୍ତୁ ପୋଷାକ ମିଳୁନାହିଁ ତେଣୁ ପିଲାଙ୍କୁ ପୋଷାକ ବଣ୍ଟନ କରାଯାଇ ନାହିଁ l ଏଥିରେ ଆମର କଣ ଭୁଲ ।
ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ରେ ସେହି ସାମାନ ଅବସ୍ଥା । ସେଠୀ ବି ପ୍ରଧାନ ଶିକ୍ଷୟତ୍ରୀ ସୁଧାରାଣୀ ମିଶ୍ର ସମାନ ଅଭିଯୋଗ କରିଥିଲେ । ବିଇଓ ଙ୍କୁ ଜଣାଇଛୁ ଏବଂ ଅନଲାଇନ ରେ ବି ପଠାଇଛୁ କିନ୍ତୁ ପୋଷାକ ମିଳୁନାହିଁ ।
ସେହିପରି ଖରୁଡ଼ା ସାହି ପ୍ରାଥମିକ ବିଦ୍ୟାଳୟ ରେ ବି ପୋଷାକ ପହଞ୍ଚି ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠୀ । ତାଙ୍କ କହିବା ପ୍ରକାରେ ସିଆରସିସି ଏବଂ ବିଇଓ ଙ୍କୁ ବାରମ୍ବାର କହିବା ସତ୍ୱେ ପୋଷାକ ମିଳିପାରିଲା ନାହିଁ,ଆଜି ଛାତ୍ର ଛାତ୍ରୀ ପୋଷାକ ପାଇବାରୁ ବଞ୍ଚିତ ହୋଇଛନ୍ତି,ଅଭିଭାବକ ଙ୍କ ରୋଶର ଶିକାର ହେଉଛୁ ଆମେ । ଏ ନେଇ ସିଆରସିସି ବିଷ୍ଣୁ ପ୍ରସାଦ ସିଂ ଙ୍କ ସହିତ ଯୋଗାଯୋଗ କରିବାରୁ ସେ ବି କହିଲେ ମୂଁ ସବୁ ଜାଣିଛି ଏବଂ ବହୁଥର ଜଣାଇଛି,ଆଜିକୁ ଚାରିଦିନ ପୂର୍ବରୁ ବି ମୂଁ ବିଇଓ ଙ୍କୁ ଏହି ପୋଷାକ ଯୋଗାଣ କରିବାକୁ କହିଛି । ତଥାପି ପୋଷାକ ପହଞ୍ଚି ପାରିନାହିଁ । ବିଇଓ ରୁଦ୍ର ନାରାୟଣ ସାହୁ ଙ୍କୁ ଯୋଗାଯୋଗ କରିବା ପରେ ସେ ଖାମଖିଆଲ ଭାବେ ଉତ୍ତର ଦେଇଥିଲେ ଯେ ପୋଷାକ ମିଳିଛି କି ନାହିଁ ମୂଁ ଜାଣିନାହିଁ ପଚାରି କହିବି କହି ନର୍ତ୍ତମାନ ସୁଦ୍ଧା ଆଉ ଉତ୍ତର ଦେଇନାହାନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ସେ ଶିକ୍ଷ୍ୟା ଅଧିକାରୀ,ତିନି ପ୍ରଧାନ ଶିକ୍ଷକ, ସିଆରସିସି ବହୁଥର ଜଣାଇଥିବାର କହୁଥିବା ବେଳେ, ଶିକ୍ଷା ଅଧିକାରୀ ମହୋଦୟ ମୂଁ ଜାଣିନାହିଁ କହିବାର କାରଣ କଣ ? ତାହାହେଲେ କିଏ ଏଥିରେ ସତ କହୁଛି ? ଶିକ୍ଷା ବର୍ଷ ସରିବାକୁ ବସିଲାଣି ଏବେ ଆଉ ଛାତ୍ର ଛାତ୍ରୀଙ୍କୁ ନ ଦେଇ ଯୋଗାଣ ସଂସ୍ଥାଙ୍କ ସହିତ ସମଝୋତା କରି ବାଟମାରଣା କରିଦେବାକୁ ବସିଛନ୍ତି କି ଶିକ୍ଷ୍ୟା ଅଧିକାରୀ । ଯଦି ଏକ ସପ୍ତାହ ମଧ୍ୟରେ ଛାତ୍ର ଛାତ୍ରୀଙ୍କୁ ପୋଷାକ ନ ମିଳୁଛି ଅଭିଭାବକ ନିରବ ରହିବେ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ