ଭଞ୍ଜନଗର, ୨୭/୧୧(ପିପିଟି ): ଦିନକୁ ଦିନ ବେଆଇନ ତମ୍ବାଖୁ ଜାତ ମାଦକ ଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି।ଯାହା ଫଳରେ ଏହାକୁ ବ୍ୟବହାର କରି ବହୁଲୋକ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି।ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନ ଓ ଶିକ୍ଷାନୁଷ୍ଠାନ ନିକଟରେ ମଧ୍ୟ ଅବାଧରେ ଏସବୁ ବିକ୍ରି କରାଯାଉଛି। ଏହାକୁ ରୋକିବା ପାଇଁ ସିଡିଏମଓଙ୍କ ନିର୍ଦ୍ଦେଶରେ ଗତକାଲି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ , ଖାଦ୍ୟ ଓ ସୁରକ୍ଷା , ଔଷଧ ବିଭାଗ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ବସ ଷ୍ଟାଣ୍ଡ, ମେନ ରୋଡ଼, ଖାଲା ସାହି, ଷ୍ଟେଟ ବ୍ୟାଙ୍କ ଛକ, ଭେଜିପୁଟ, କଲେଜ ରୋଡ଼ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ଥିବା ଦୋକାନ ଗୁଡିକ ଉପରେ ଚଢ଼ାଉ କରାଯାଇଛି।ବେଆଇନ ତମ୍ବାଖୁଜାତ ଦ୍ରବ୍ୟ ବିକ୍ରୀ କରୁଥିବା ବ୍ୟବସାୟିଙ୍କ ଠାରୁ ଜରିମାନା ଆଦାୟ କରିବା ସହ ସେମାନଙ୍କୁ ଆଗାମୀ ଦିନରେ ଏସବୁ କାରବାର ବନ୍ଦ କରିବା ପାଇଁ ସଚେତନ କରାଯାଇଛି।କିଛି ଦୋକନାରେ ଏହି ଧରପଗଡ଼ ସମୟରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା। ଏଥିରେ ଏନଟିସିପି କର୍ମଚାରୀ ଅନନ୍ତ କୁମାର ନାୟକ ଓ ଡ୍ରଗ୍ ଇନ୍ସପେକ୍ଟର ପଦ୍ମିନି କହଁର, ଅବକାରୀ ଥାନା ଅଧୂକାରୀ ବିଭୂ ପ୍ରସାଦ ସାହୁ ଓ ପୁଲିସ ଏସ୍ଆଇ ସୁବ୍ରତ କୁମାର ଲେଙ୍କା ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ -ଜେ କେ ପଟ୍ଟନାୟକ