ପୋଲସରା,୨୧/୦୫ (ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟର କଳା ଯୁକ୍ତ-ଦ୍ୱିତୀୟ ବର୍ଷର ଛାତ୍ର ଜିତ୍ କୁମାର ପ୍ରଧାନ ଚଳିତ – ୨୦୨୬ ବାର୍ଷିକ ପରୀକ୍ଷାରେ ସର୍ବମୋଟ ୬୦୦ ନଂ ମାର୍କରୁ ୫୨୭ ନଂ ଶତକଡ଼ା ୮୩ ପ୍ରତିଶତ ମାର୍କ ରଖି ସମଗ୍ର ପୋଲସରା ବ୍ଲକରେ ଟପର ହୋଇଛନ୍ତି । ସେହିପରି ବିଜ୍ଞାନ ବିଭାଗର ଛାତ୍ର ଶୁଭମ ସାହୁ ୫୩୭ ନଂ ଅର୍ଥାତ୍ ଶତକଡ଼ା ୯୧ ପ୍ରତିଶତ ମାର୍କ ରଖି ଅନୁଷ୍ଠାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦୁଇ ଛାତ୍ରଙ୍କ ଏହି ସଫଳତା ଯୋଗୁଁ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ନାୟକଙ୍କ ସମେତ ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଖୁସି ବ୍ୟକ୍ତ କରିବା ସହିତ ଉଭୟ ମେଧା ଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଶୁଭ କାମନା କରିଛନ୍ତି । ସୂଚନା ଯୋଗ୍ୟ ଯେ, ଟପର ଜିତ୍ କୁମାରଙ୍କ ପିତା ଜଣେ କୃଷକ ଅଟନ୍ତି । ମାତା ଶ୍ରୀମତୀ କମା ପ୍ରଧାନ ଜଣେ ଗୃହିଣୀ ଅଟନ୍ତି । ପୋଲସରା ପୌରପରିଷଦ ୪ ନଂ ଶିଦ୍ଧିପୁର ଗ୍ରାମର ବାସିନ୍ଦା ଅଟନ୍ତି । ଜିତ୍ଙ୍କ ଅଦ୍ଭୁତ ସଫଳତାରେ ପରିବାର ସମେତ ସମଗ୍ର ଶିଦ୍ଧିପୁର ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା