ପୋଲସରା ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ ଏବଂ ଗୃହପ୍ରବେଶ।

0 235

ପୋଲସରା ,୧୫/୦୯(ପିପିଟି): ଆଜି ଗଞ୍ଜାମ ଜିଲ୍ଲା ପୋଲସରା ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ ଏବଂ ଗୃହପ୍ରବେଶ କାର୍ଯ୍ୟକ୍ରମ ସମାଜର ପୋଲସରା- ପାଟିଗଡ ରୋଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ବନମାଳୀ ସାହୁଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ବିଜୟ କୁମାର ସାହୁ (ବୁଲୁ)ଙ୍କ ବଳିଷ୍ଠ ସମ୍ପାଦନାରେ ସମ୍ମାନୀତ ଅତିଥି ଭାବେ ଉପ-ସଭାପତି ଭଜରାମ ଶାସମଲ, ସୀମାଞ୍ଚଳ ସାହୁ, କୁଳ ବେହେରା, କୋଷାଧ୍ୟକ୍ଷ ଶିବ ପ୍ରସାଦ ଶାସମଲ ଓ ମହେଶ୍ୱର ସାହୁ ଓ ଗୌରାଙ୍ଗ ସାହୁ ଉଭୟେ ଉପଦେଷ୍ଟା ମଣ୍ଡଳୀ ପ୍ରମୁଖ ମଞ୍ଚଡ଼ିଁ ଥିଲେ। ପ୍ରାରମ୍ଭରେ ସଭାପତିଙ୍କ କରକମଳରେ କୁଳଇଷ୍ଠ ବିଘ୍ନରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ଏବଂ ସମାଜର କଲ୍ୟାଣ ମଣ୍ଡପ ଗୃହର ଫଳକ ଉନ୍ମୋଚନ କରାଯିବା ସହିତ ଫିତା କାଟି ଗୃହ ପ୍ରବେଶ କାର୍ଯ୍ୟ ପାରମ୍ପରିକ ନିତି ନିୟମ ପ୍ରକାରେ ସମ୍ପନ୍ନ ହୋଇଥିଲା। ପରେ ସଂପାଦକଙ୍କ ସମ୍ପାଦନାରେ ଏକ ସଭାକାର୍ଯ୍ୟ କରାଯାଇଥିଲା।
ଏହି ଅବସରରେ ସମାଜର ପରମ୍ପରା ବିଭିନ୍ନ ସମସ୍ୟା ଏବଂ ସୁଦୃଢ଼ୀକରଣ ଉପରେ ମଞ୍ଚାସୀନ ଅତିଥିବୃନ୍ଦ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ଏଥିସହିତ ସମାଜର ସମସ୍ତ ନୀତି ଏବଂ ନିୟମକୁ ମାନି ଚଳିବାକୁ ନିବେଦନ କରିଥିଲେ। ପରବର୍ତ୍ତୀ ଆସନ୍ତା ପୌଷମାସର ପଇଲି ଭୋଗ କାର୍ଯ୍ୟକ୍ରମ ଜରିଆରେ ଏକ ବନ୍ଧୁମିଳନ ଉତ୍ସବ କରାଯିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ତାଲୁକାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ସମାଜର କର୍ମକର୍ତ୍ତା ଓ ସଦସ୍ୟ ଓ ପରିବାର ବର୍ଗ ଯୋଗଦେଇଥିଲେ। ପରିଶେଷରେ ସମାଜର ଜଣେ କର୍ମଠ, ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ସାହୁ (ଟିକିନା) ସମାଜ ଫକ୍ଷରୁ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ। ଶେଷରେ ବାଳକ ବାଳିକାମାନଙ୍କ ଦ୍ୱାରା ବିଭିନ୍ନ ସଚେତନତାଧର୍ମୀ ଏବଂ ଲୋକକଳାକୁ ନେଇ ଖୁବ ସୁନ୍ଦର ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.