ପିକଅପ ଭେନ ଧକ୍କା ରେ ମହିଳା ଗୁରୁତର ।

0 246

ଭଞ୍ଜନଗର,୨୭/୦୧(ପିପିଟି): ଗୁରୁବାର ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ଛକ ଠାରେ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି। ଶୋରିଷମୂଳି ଗ୍ରାମର ଭଗବାନ ମଳିକଙ୍କ ପତ୍ନୀ କୁନି ମଳିକ(୩୫) ଦେହ ଅସୁସ୍ଥ ଥିବାରୁ ଗୁଜୁରାଳି ଏକ ଅଟୋରେ ଘରୋଇ କ୍ଳିନିକ୍ କୁ ଆସୁଥିଲେ ସେ ଗୁଜୁରାଳି ଛକ ଠରେ ଅଟୋରୁ ଓହ୍ଲାଇବା ସମୟରେ ବିପରୀତ ଦିଗରୁ ଏକ ପିକଅପ୍ ଭ୍ୟାନ ଆସି ଧକ୍କା ଦେଇଥିଲା। ଏହାପରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ୍ ସହାୟତାରେ ମେଡିକାଲ୍ ରେ ଭର୍ତ୍ତି କରିଥିଲେ । ସେଠାରେ କୁନିଙ୍କୁ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.