ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ।

0 3

ପୋଲସରା ,୧୭/୦୭(ପିପିଟି):  ପୋଲସରା ପୌର ପରିଷଦ ସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଗତ ୧୫ ତାରିଖ ବୁଧବାର ଦିନ ଏକ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ପୌର ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଏବଂ ସମ୍ମାନିତ ଅତିଥିଭାବେ ବିଦାୟୀ ପରିଚାଳନା କମିଟି ସଭାପତି ରତ୍ନାକର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କେ. ମମତା କୁମାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଅଭିଭାବକ ମଣ୍ଡଳୀଙ୍କ ସର୍ବସମ୍ମତି କ୍ରମେ ୨୦୨୬-୨୦୨୮ ଶିକ୍ଷାବର୍ଷ ୩ ବର୍ଷ ସକାଶେ ୨୪ ଜଣିଆ ବିଶିଷ୍ଟ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା। ସଭାପତି ରୂପେ ରବୀନ୍ଦ୍ର କୁମାର ସାହୁ (ଟିକିନା)ଙ୍କୁ ଚୟନ କରାଯାଇଥିବା ବେଳେ ଖୋଜନି ବିଷୋୟୀଙ୍କୁ ଉପସଭାପତି ରୂପେ ମନୋନୀତ କରାଯାଇଛି। ବାକି ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ, ଜଣେ କାଉନସିଲର, ଜଣେ ଅଙ୍ଗନୱାଡି କର୍ମୀ, ଜଣେ ଆଶାକର୍ମୀ ଓ ଶିକ୍ଷକ ଦିବ୍ୟତ୍ତମ ପ୍ରଧାନ, ଆଲୁମିନି ଶିକ୍ଷାବିତ୍ ସୁରେନ୍ଦ୍ରନାଥ ପାଢ଼ୀଙ୍କ ସମେତ ଅନ୍ୟ ୧୬ ଜଣ ଅଭିଭାବକମାନଙ୍କୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରାଯାଇଛି। ନୂତନ ଭାବେ ଗଠିତ ହୋଇଥିବା କମିଟି ଆଗାମୀ ଦିନରେ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ତଦାରଖ କରିବାସହ ବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉନ୍ନତିର ଶିଖରରେ ଆଗେଇ ନେବାକୁ ପ୍ରଚେଷ୍ଟା କରିବେ ବୋଲି କହିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.