ବେଗୁନିଆପଡ଼ା,୧୭/୦୭(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା ଏନ୍ଏସି ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ ହୋଇଯାଇଛି । ଶତାଧିକ ଅଭିଭାବକ, ଶିକ୍ଷାବିତ୍, ଉପସ୍ଥିତିରେ କମିଟି ଗଠିତ ହୋଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଅନନ୍ତ ମହାରଣା, ରଶ୍ମିତା ଜେନା, ରଙ୍କନିଧି ପ୍ରଧାନ, ଏସ୍ ଗୀତା, ସନ୍ତୋଷ କୁମାର ଗୌଡ଼, ଦେବେନ୍ଦ୍ର କୁମାର ପାଣ୍ଡି,ରଜନୀ କାନ୍ତ ସେଠୀ, ଚନ୍ଦନ ନାୟକ, ପିଙ୍କି ସାହୁ,ରିନା ଡାକୁଆ, ରଶ୍ମିତା ଦାସ, ପଦ୍ମାଳୟା ସାହୁ, ଜେ.ରଶ୍ମିତା, ପାର୍ବତୀ ବେହେରା, ମୀତା ନାୟକ, ଲକ୍ଷ୍ମୀ ବେହେରା, ଏସ କେ ଅବଦୁଲ୍, ଝିଲି ପ୍ରଧାନ ଏଵଂ କାଉନସିଲର ସୁରିଆଂସୁ ବେହେରା, ଅଙ୍ଗନବାଡ଼ି କର୍ମୀ ସବିତା କୁମାରୀ ପାଢ଼ୀ , ଆଶାକର୍ମୀ ମମତା କୁମାରୀ ନାୟକ, ପୁରାତନ ଛାତ୍ର ସୂର୍ଯ୍ୟନାରାୟଣ ପାଢ଼ୀ , ପ୍ରଧାନଶିକ୍ଷକ ମୀନକେତନ ମହାରଣା, ସମେତ ସହକାରୀ ଶିକ୍ଷକ ସରୋଜ କୁମାର ମାଝିଙ୍କୁ କମିଟିରେ ମନୋନୀତ କରିଥିଲେ । ଏମାନଙ୍କ ମଧ୍ୟରୁ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲ। ଅନନ୍ତ ମହାରଣାଙ୍କୁ ୧୪ ଗୋଟି ଭୋଟ ମିଳିଥିବା ବେଳେ ଚନ୍ଦନ ନାୟକଙ୍କୁ ଗୋଟିଏ ଭୋଟ ଓ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ପାଣ୍ଡିଙ୍କୁ ୩ ଗୋଟି ଭୋଟ ମିଳିଥିଲା । ଏଥିରେ ଅନନ୍ତ ମହାରଣା ଦେବେନ୍ଦ୍ରଙ୍କ ଠାରୁ ୧୧ଗୋଟି ଭୋଟ ଅଧିକ ପାଇ ନିର୍ବାଚିତ ହୋଇ , ଅଧ୍ୟକ୍ଷ ପଦବୀ ବାଜିମାତ କରିଥିଲେ । ତତ ସହିତ ସର୍ବସମ୍ମତି କ୍ରମେ ରିନା ଡାକୁଆଙ୍କୁ ଉପାଧ୍ୟକ୍ଷ। ଭାବେ ଚୟନ କରାଯାଇଥିଲା । ସୂଚନା ମୁତାବକ କମିଟିର ୧୯ ଜଣ ସଦସ୍ୟ, ସଦସ୍ୟାଙ୍କ ମଧ୍ୟରୁ ଜଣେ ଭୋଟ ଦେବା ପାଇଁ ଆସିନଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ