ମା’ କାତ୍ୟାୟନୀ,ଯେଉଁଠି ଅନ୍ୟାୟ ସେଠି ଯୁଦ୍ଧ, ଯେଉଁଠି ନାରୀ ସେଠି ଶକ୍ତି।

0 35

ବୋଲଗଡ଼ ,୧୬/୧୦(ପିପିଟି): ନବରାତ୍ରୀର ଷଷ୍ଠ ଦିନରେ ପୂଜା ପାଆନ୍ତି ମା’ କାତ୍ୟାୟନୀ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମା’ ଦୁର୍ଗା ତାଙ୍କ କନ୍ୟା ରୂପରେ ଜନ୍ମ ନେଇଥିଲେ, ତେଣୁ ନାମ ହେଲା କାତ୍ୟାୟନୀ। ଏହି ରୂପରେ ମା’ ମହିଷାସୁରକୁ ବଧ କରିଥିଲେ।
ନାରୀ କେବଳ କ୍ଷମା ନୁହେଁ, ଦଣ୍ଡ ବି ଦେଇପାରେ ଆମେ ଝିଅମାନଙ୍କୁ କୁହେ ସହିଯା, ଚୁପ୍ ରୁହ। କିନ୍ତୁ ମା’ କାତ୍ୟାୟନୀ କୁହନ୍ତି ଯେଉଁଠି ସହିବା ସୀମା ଟପେ, ସେଠି ଅସ୍ତ୍ର ଉଠାଅ। ମହିଷାସୁର ଭଳି ଅସୁର – ମଦ, ଲୋଭ, ଅହଂକାର, ନାରୀ ନିର୍ଯାତନା ସାମ୍ନାରେ ଚୁପ୍ ରହିବା ପାପ।

ମା’ କାତ୍ୟାୟନୀ କୌଣସି ଦେବତାଙ୍କ ସାହାଯ୍ୟକୁ ଅପେକ୍ଷା କରିନଥିଲେ, ନିଜେ ଯୁଦ୍ଧ କରିଥିଲେ। ଆଜିର ଝିଅମାନେ ରିଲ୍ସ,ଇନଷ୍ଟାନ ଗ୍ରାମରେ ନିଜ ଦେହ ଦେଖାଇ ଲାଇକ୍ ମାଗିବା ଅପେକ୍ଷା, ମା’ କାତ୍ୟାୟନୀ ପରି ଶିକ୍ଷା, ଆଇନ୍, ଆତ୍ମରକ୍ଷା ଶିଖିଲେ, କୌଣସି ରାବଣ ତାଙ୍କ ଆଡ଼କୁ ଆଖି ଉଠାଇ ଚାହିଁ ପାରିବନି। ଧର୍ମ ରକ୍ଷା ପାଇଁ ନାରୀ ଆଗକୁ ଆସିବାକୁ ପଡିବ।
ଯେତେବେଳେ ଦେବତାମାନେ ମହିଷାସୁର ଆଗରେ ହାରିଗଲେ, ସେତେବେଳେ ମା’ କାତ୍ୟାୟନୀ ହିଁ ସମାଜକୁ ବଞ୍ଚାଇଲେ। ଆଜି ବି ଗାଁ ରେ ନିଶା, ଦୁର୍ନୀତି, ନିର୍ବାଚନରେ ଟଙ୍କା ବାଣ୍ଟି ଭୋଟ୍ କିଣିବା ଭଳି ମହିଷାସୁର ବଢୁଛି। ଏହାକୁ ଶେଷ କରିବାକୁ ପୁଅ ନୁହେଁ, ଝିଅମାନଙ୍କୁ ହିଁ କାତ୍ୟାୟନୀ ହେବାକୁ ପଡିବ।
ଯେଉଁ ଦିନ ପ୍ରତି ଘରର ଝିଅ ମା’ କାତ୍ୟାୟନୀ ପରି ଅନ୍ୟାୟ ବିରୁଦ୍ଧରେ ଗର୍ଜିବା ଶିଖିବ, ସେଦିନ କୌଣସି ସୁରକ୍ଷା ଯୋଜନା ଦରକାର ପଡିବନି। ସେ ନିଜେ ନିଜର ସୁରକ୍ଷା ହୋଇଯିବ।
ଜୟ ମା’ କାତ୍ୟାୟନୀ

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.