ଧର୍ମଶାଳା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଏବିଭିପି ପକ୍ଷରୁ ପ୍ରାର୍ଥୀ ଘୋଷଣା ।

0 0

ଯାଜପୁର,୦୮/୧୦(ପିପିଟି ): ଯାଜପୁର ଜିଲ୍ଲା ଧର୍ମଶାଳା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଏବିଭିପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏନେଇ ଧର୍ମଶାଳା ବ୍ଲକ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆସନ୍ତା ୧୫ ତାରିଖ ଦିନ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ଧର୍ମଶାଳା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଲାଗି ଏବିଭିପି ପକ୍ଷରୁ ସଭାପତି ଭାବେ ଦିବ୍ୟରଞ୍ଜନ ନାୟକ , ଉପସଭାପତି ଭାବେ ସ୍ୱାଧୀନ ସ୍ୱାଇଁ , ସାଧାରଣ ସମ୍ପାଦକ ଭାବେ ସ୍ୱୟଂଶ୍ରୀ ଖଟୁଆ , ସହ ସମ୍ପାଦକ ଭାବେ ରାଜଶ୍ରୀ ସାମଲ , କ୍ଲାସ ରିପେଣ୍ଟିଭ ଭାବେ ପ୍ରଭାତ କୁମାର ରାଉତ, ନାଟ୍ୟ ସମ୍ପାଦକ ଭାବେ ଶୁଭଦର୍ଶିନୀ ବଳ, ନାଟ୍ୟ ସହ ସମ୍ପାଦକ ଭାବେ ଓମପ୍ରକାଶ ରାଉତ, ନାଟ୍ୟ ସଂସଦ କ୍ଲାସ ରିପେଣ୍ଟିଭ ଭାବେ ଋତୁରାଣୀ କର, କ୍ରୀଡା ସମ୍ପାଦକ ଭାବେ ଗୌତମ ବେହେରା, କ୍ରୀଡା ସହ ସମ୍ପାଦକ ଭାବେ ପ୍ରଗତିକା ମୁଦୁଲି, କ୍ଲାସ ରିପେଣ୍ଟିଭ ଭାବେ ଦୀପାଂଶୁ ପଲେଇ, ବିଜ୍ଞାନ ସଂସଦ ସମ୍ପାଦକ ଭାବେ ଅର୍ଘ୍ୟରୁପା ପାଣିଗ୍ରାହୀ, ବିଜ୍ଞାନ ସଂସଦ ସହ ସମ୍ପାଦକ ଭାବେ ମୃତ୍ୟୁଞ୍ଜୟ ଦାସ, ବିଜ୍ଞାନ ସଂସଦ କ୍ଲାସ ରିପେଣ୍ଟିଭ ଭାବେ ମନୀଷା ଜେନା, ପୂଜା ସମ୍ପାଦକ ଭାବେ ଶୁଭମ ପ୍ରକାଶ ପାଢ଼ୀ, ପୂଜା ସହ ସମ୍ପାଦକ ଭାବେ ସୋମ୍ୟରଞ୍ଜନ ରାଉତ, ପୂଜା କ୍ଲାସ ରିପରେଣ୍ଟିଭ ରଞ୍ଜିତ ମହାନ୍ତି, ପ୍ରମୁଖ ପ୍ରାର୍ଥୀଙ୍କ ନାମ ଆଜି ଘୋଷଣା କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ସଂଗଠକ ରାଜେଶ ପାଳ, ଅଭିଷେକ ରାଉତ, ଶିବୁଲି ଧୀର, କ୍ଷିତୀଶ ନାୟକ, ସୋମ୍ୟପ୍ରକାଶ ବିଶ୍ୱାଳ, ସବ୍ୟସାଚୀ ସୁନ୍ଦରରାୟ, ପୂର୍ବତନ ଛାତ୍ର ସୁନୀଲ ରାଉତ ଓ ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ।ପ୍ରାର୍ଥୀଘୋଷଣା କରାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.