ଯାଜପୁର,୧୯/୦୯(ପିପିଟି): ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ଦ୍ୱାରା ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରତିଯୋଗିତା -୨୦୨୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଯାଜପୁର ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁପ୍ରଭା ପରିଡାଙ୍କ ଅଧକ୍ଷତାରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଡି ଏ ଭି, ଯାଜପୁରର ଅଧକ୍ଷ ଦେବବ୍ରତ ପ୍ରଧାନ ଓ କ୍ରାନିୟମ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ପ୍ରଭୁପ୍ରସାଦ ସାହୁ ବିଶିଷ୍ଟ ଅତିଥି ତଥା ବିଚାରକ ରୂପେ ଯୋଗଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ୧୦ ଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । “ଭାରତର ଶକ୍ତି ସମ୍ପଦ ୨୦୪୭ : ସମ୍ଭାବନା ଓ ଆହ୍ୱାନ” ବିଷୟ ବସ୍ତୁ ଉପରେ ପ୍ରତଯୋଗୀମାନେ ପି ପି ଟି ମାଧ୍ୟମରେ ବିଚରାକଙ୍କ ନିକଟରେ ଉପସ୍ଥାପନା କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ, ଜାମଧରର ଛାତ୍ର ଦେବୀପ୍ରସାଦ ନାୟକ ପ୍ରଥମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ରସୁଲପୁରର ଛାତ୍ରୀ ବି ଜେ ସଂପୂର୍ଣା ଦ୍ୱତୀୟ ସ୍ଥାନ ଓ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଶୀର୍ବାଦ ନାଥ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ କୁମାରସେନ ସେନାପତିଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା ।
ଯାଜପୁର ବ୍ଲକ ବିଜ୍ଞାନ ସଂଯୋଜକ ଶିବବ୍ରତ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଦଶରଥପୁରର ବ୍ଲକ ବିଜ୍ଞାନ ସଂଯୋଜକ ସତ୍ୟବ୍ରତ ପାଣି ଧନ୍ୟବାଦ ପ୍ରଦାନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ଧଳ ଓ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।
ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଛାତ୍ର ଦେବୀପ୍ରସାଦ ନାୟକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ମନୋନୀତ ହେଲେ ।