ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ମନୋନୀତ ହେଲେ ରାଜେଶ ।

0 15

ମାଲକାନଗିରି, ୨୯/୧୧(ପିପିଟି): ମାଲକାନଗିରି ଜିଲ୍ଲା ପାଇଁ ଏହା ଏକ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ। ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ୟୁଜିଏଚ୍‌ଏସ୍ ଆର୍‌ଏସ୍‌ସି-୬ ବିଦ୍ୟାଳୟର ଛାତ୍ର ରାଜେଶ ଗୋଲାରୀ ଜାତୀୟ ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (NCSC)ପାଇଁ ମନୋନୀତ ହୋଇଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଏହା ପ୍ରଥମ ଥର ମାଲକାନଗିରି ଜିଲ୍ଲା ରାଜ୍ୟ ସ୍ତରୀୟ NCSC କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା ଏବଂ ପ୍ରଥମ ପ୍ରୟାସରେ ହିଁ ଜାତୀୟ ସ୍ତରରେ ସ୍ଥାନ ପାଇବାରେ ସଫଳ ହୋଇଛି। ଏହା ସମଗ୍ର ଜିଲ୍ଲାର ଶିକ୍ଷା ଜଗତ ପାଇଁ ଏକ ଐତିହାସିକ ସଫଳତା। ଏଥି ନିମନ୍ତେ ଜାତୀୟ ଶିଶୁ ବିଜ୍ଞାନ କଂଗେସ ମାଲକାନଗିରି ସଂଯୋଜକ ସନ୍ଦୀପ ଦାସ ଏବଂ ତାଙ୍କ ଟିମଙ୍କୁ ଶୁଭେଛା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହି ବିଦ୍ୟାଳୟର ଛାତ୍ରୀ ଲଳିତା ଖିଲା ପୂର୍ବରୁ ଜାତୀୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଥିଲେ। ରାଜେଶଙ୍କ ସଫଳତା ସହ ଏହି ବିଦ୍ୟାଳୟର ଏହା ଦ୍ୱିତୀୟ ଜାତୀୟ ସ୍ତରୀୟ ସଫଳତା।ଏହି ସଫଳତା ପାଇଁ ଜିଲ୍ଲାପାଳ, ମାଲକାନଗିରି ରାଜେଶଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଛାତ୍ର, ତାଙ୍କ ଅଭିଭାବକ, ମାର୍ଗଦର୍ଶକ ଶିକ୍ଷକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.