କନ୍ଧମାଳ ରୁ ଚେନ୍ନାଇ ଗଞ୍ଜେଇ ଚାଲାଣ; ଭଞ୍ଜନଗର ପୋଲିସ ହାବୁଡ଼ରେ ୨ମାଫିଆ ।

0 23

ଭଞ୍ଜନଗର, ୨୯/୧୧(ପିପିଟି ): ଗଞ୍ଜେଇର ଭୁ ସ୍ୱର୍ଗ କୁହାଯାଉଥିବା କନ୍ଧମାଳ ଜିଲ୍ଲାରୁ ପୁଣିଥରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାରେ ଭଞ୍ଜନଗର ପୋଲିସ ସଫଳ ହୋଇଛି।ଏଠାରୁ ପ୍ରତ୍ୟେକ ଦିନ ବିଭିନ୍ନ ଉପାୟରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହୋଇଥାଏ।ଏହି ଘଟଣାରେ ଏକ ଟାଟା ଏସି ଗାଡ଼ିକୁ ଦେଖି ପୋଲିସ ର ସନ୍ଦେହ ହୋଇଥିଲା। ଯାଞ୍ଚ ବେଳେ ଗଞ୍ଜେଇ ଥିବା ଦେଖି ସେସବୁ ଗାଡ଼ି ସହ ଜବତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। କନ୍ଧମାଳ ଜିଲ୍ଲା ଟିକାବାଲିରୁ ସୁଦୂର ଚେନ୍ନାଇ ଅଭିମୁଖେ ଏକ ଟାଟା ଏସିରେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଭଞ୍ଜନଗର ପୋଲିସ ଏହାକୁ ଧରିଥିଲା।ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ତାମିଲନାଡୁ ଚେନ୍ନାଇ ଅଞ୍ଚଳର ଗଣେଶ ଏବଂ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ସୌମ୍ୟ ଦାଶ ବୋଲି ଜଣାପଡ଼ିଛି।ପୋଲିସ ସେମାନଙ୍କ ନିକଟରୁ ୫୨ କେଜି ୨୪୦ ଗ୍ରାମ ଗଞ୍ଜେଇ, ନଗଦ ୧୨୦୦ ଟଙ୍କା ଏବଂ ଗୋଟିଏ ଟାଟା ଏସି ଡାଲା ଅଟୋ ଜବତ କରିଛି।ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାର ଏସଆଇ ସୁବ୍ରତ କୁମାର ଲେଙ୍କାଙ୍କ ଲିଖିତ ଅଭିଯୋଗ ଆଧାରରେ ଭଞ୍ଜନଗର ଥାନା କେସ୍ ନମ୍ବର ୧୨୯୪/୨୦୨୬ରେ ଏନଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ କୋର୍ଟକୁ ଚାଲାଣ କରାଯିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.