ଛାତ୍ର ସଂସଦ ନିର୍ବାଚନରେ କବିସୂର୍ଯ୍ୟନଗର ବିଧାୟକଙ୍କ ସାଂଗଠନିକ ସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ ।

0 170

କବିସୂର୍ଯ୍ୟନଗର,୧୭/୧୦(ପିପିଟି): କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସାଂଗଠନିକ ଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଦ୍ୟ ସମାପ୍ତ ଛାତ୍ର ସଂସଦ ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ମହାବିଦ୍ୟାଳୟରୁ ଗୋଟିଏ ବି ଆସନ ହାତେଇ ପାରିଲେ ନାହିଁ ବିଧାୟକ ।

ମିଳିଥିବା ସୂଚନା ଅନୁସାରେ, କବିସୂର୍ଯ୍ୟନଗର ଓ କୋଦଳା ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ହାତେଇ ନେଇଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ପୁରୁଷୋତ୍ତମପୁର ମହାବିଦ୍ୟାଳୟ ।

ପୁରୁଷୋତ୍ତମପୁରରେ ଦୁଇଟି ଏବିଭିପି ପ୍ରାର୍ଥୀ ଗୋଷ୍ଠୀ ମଧ୍ୟରେ ଲଢ଼େଇ ହୋଇଥିଲା । ଗୋଟିଏ ପଟେ ଯୁବ ନେତା ସୀତାରାମ ପ୍ରାଣିଗ୍ରାହୀଙ୍କ ସମର୍ଥିତ ପ୍ରାର୍ଥୀ ଏବଂ ଅନ୍ୟ ପଟେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏବଂ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ମିଳିତ ସମର୍ଥିତ ପ୍ରାର୍ଥୀ । ଦୁଇ ବିଧାୟକ ମିଶି ପ୍ରାର୍ଥୀ ଛିଡ଼ା କରିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ । ଯୁବ ନେତା ସୀତାରାମ ପ୍ରାଣିଗ୍ରାହୀଙ୍କ ସମର୍ଥିତ ଏବିଭିପି ର ସମସ୍ତ ପ୍ରାର୍ଥୀ ବିପୁଳ ମାତ୍ରାରେ ବିଜୟ ଲାଭ କରିଛନ୍ତି ।

ଗତ ସାଧାରଣ ନିର୍ବାଚନରେ ଯୁବ ନେତା ସୀତାରାମ ପ୍ରାଣିଗ୍ରାହୀଙ୍କ ଉଦ୍ୟମ ଓ ପରିଶ୍ରମ ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ବିଜୟ ହେବାରେ ସହାୟକ ହୋଇଥିଲା । କବିସୂର୍ଯ୍ୟନଗର ବିଧାୟକଙ୍କ କାର୍ଯ୍ୟଶୈଳୀରେ ବିଜେପି ସଂଗଠନ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ପରିଲିକ୍ଷିତ ହୋଇଛି । ଛାତ୍ର ସଂସଦ ନିର୍ବାଚନର ପ୍ରଭାବ ଆଗମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ । ବିଧାୟକଙ୍କ ମିଥ୍ୟା ସତ୍ୟପାଠ ମଧ୍ୟ ବିବାଦ ସୃଷ୍ଟି କରିଛି ।

Leave A Reply

Your email address will not be published.