ଘୁମୁସର ଲେଖିକା ସଂସଦ ତରଫରୁ ବର୍ଷା କବିତା ଆସର ।

0 267

ଭଞ୍ଜନଗର,୨୮/୦୮(ପିପିଟି): ଭଞ୍ଜନଗର ନିକଟ କୁଲାଡ ସରସ୍ବତୀ ଶିଶୁ ମନ୍ଦିରରେ ଠାରେ ଘୁମୁସର ଲେଖିକା ସଂସଦର ବର୍ଷା କବିତା ଆସର ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତି ରୀତାରାଣୀ ମହାପାତ୍ର ସଭାକାର୍ଯ୍ଯ ପରିଚାଳନା କରିଥିଲେ।ସମ୍ପାଦିକା ଡ.ନଳିନୀ ପ୍ରଭା ଦାସ ଆସରରେ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ବାଗତ ଜ୍ଞାପନ
କରଥିଲେ।ସହସମ୍ପାଦିକା ପ୍ରଭାତି ମଞ୍ଜରୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ସମ୍ପାଦିକା ସୁଜାତା ସିଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଵକ୍ତା ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଉତ୍ତମ କୁମାର ମହାରଣା ଏବଂ ମୁଖ୍ୟ ଅତିଥି ବାହୁଡା ବିଦ୍ଯାଳୟର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଗଟା.ପୂର୍ଣ୍ଣଚନ୍ଦ୍ର ପାତ୍ର ଯୋଗ ଦାନ କରିଥିଲେ।ମୋନାଲିସା ମିଶ୍ର,ଝୁନୁଲତା ସ୍ବାଇଁ,ରୁନୁବାଳା ଦାଶ,ଗୋଲାପ ମଳିକ,ଶୁଭସ୍ମିତା ଦାଶ,ଉଷ୍ମିତା
ମଞ୍ଜରୀ ମିଶ୍ର,ଗୀତାଶ୍ରୀ ସାମନ୍ତ, ନମିତା ସିଂ ପାତ୍ର,ମନୁଜା ରାଣୀ ଦାସ,ଗିରିଜା ନନ୍ଦିନୀ ଦାସ, ଦୀପ୍ତାଂଶୁ ପ୍ରଭା ଦେବୀ,ଏ.ବିଷ୍ଣୁ ପ୍ରିୟା ସେନାପତି,ଭି.ମଞ୍ଜୁଳା ପାତ୍ର, ସଙ୍ଗୀତା ପଣ୍ଡା ଡାକ୍ତର ଗାୟତ୍ରୀ ସାହୁ ସଦସ୍ୟା ଯୋଗ ଦେଇଥିଲେ। ପରିଶେଷରେ ମୋନାଲିସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.