କଳାହାଣ୍ଡିରେ ପୁଣି ମୃଦୁ ଭୂମିକମ୍ପ ଓ କାଳବୈଶାଖୀ।

0 3

ଭବାନୀପାଟଣା,୩୦।୦୪: ଗତକାଲି ଭଳି ଆଜି ମଧ୍ୟ ଜିଲ୍ଲାର ଧର୍ମଗଡ ଉପଖଣ୍ଡର ଭୂମିକମ୍ପ ଅନୁଭୂତ ହେଇଛି। ଆଜି ସନ୍ଧ୍ୟା ପ୍ରାୟ ୭ ଟା ୨୦ ସମୟରେ ଧର୍ମଗଡ, ବୋଡ଼େନ, ତାରାପୁର, ଝାରକୁଣ୍ଡାମାଲ୍, କୋକସରା, ଗୋତମୁଣ୍ଡା, ଡୁଡୁକାଠେଙ୍ଗା, ବେହେରା ଆଦି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହେଇଥିବା କୁହା ଯାଉଛି। ସନ୍ଧ୍ୟା ପ୍ରାୟ ୭ ଟା ୨୦ ମିନିଟ ସମୟରେ ଏସବୁ ଅଞ୍ଚଲରେ ପ୍ରାୟ ୨/୩ ସେକେଣ୍ଡ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ବାସନ କୁଶନ ଶବ୍ଦ ହେବା ସାଙ୍ଗକୁ ଛାତରେ ଲାଗିଥିବା ଫେନ ଘୁରିବାରେ ଲାଗିଥିଲା। ଭୟରେ ଲୋକେ ଘରୁ ବାହାରିବା ପରେ ପରିସ୍ଥିତି ରେ ପରିବର୍ତ୍ତନ ହେଇଥିଲା। ତେବେ ଏହାର ତୀବ୍ରତା ଜଣା ପଡିନାହିଁ।

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ୭ ଟା ୪୨ ମିନିଟ ଜିଲାର ଅନେକ ଅଞ୍ଚଳରେ ୩ ରୁ ୭ ସେକେଣ୍ଡ ଯାଏଁ ଭୂମିକମ୍ପ ଅନୁଭୂତ ହୋଇଥିଲା। କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ କଳାହାଣ୍ଡିର ସହଜାଖୋଲ ଜଙ୍ଗଲ ରେ ଏହା କେନ୍ଦ୍ରୀଭୂତ ହେଇଥିବା ବେଳେ ରିକ୍ଟର ସ୍କେଲ ରେ ଏହାର ତୀବ୍ରତା ୪.୨ ବୋଲି ଜଣାପଡ଼ିଥିଲା। ତେବେ ଆଜି ସକାଳ ସୁଦ୍ଧା ସାହାଜାଖୋଲ ଜଙ୍ଗଲରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ। ତେବେ କ୍ରମାଗତ ଭାବେ ୨ ଦିନ ମୃଦୁ ଭୂମିକମ୍ପ ଏହି ଅଞ୍ଚଳ ଲୋକଙ୍କ ନିଦ ହଜାଇ ଦେଇଛି।

ଗତକାଲି ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନ ସମେତ ଆଜି ଅପରାହ୍ନରେ ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡ ର ଜୁନାଗଡ଼, କଲମପୁର, ଜୟପାଟଣା, ଧର୍ମଗଡ, କୋକସରା ବ୍ଲକ୍ ଅଞ୍ଚଳରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହେଇଥିଲା। ଏହାଦ୍ୱାରା ପାଗରେ ପରିବର୍ତ୍ତନ ଆସିଛି। ତେବେ ବିଭିନ୍ନ ସ୍ଥାନରେ ବଡ଼ ବଡ କୁଆପଥର ମାଡ ଯୋଗୁଁ ଛପର ଘର, ଦୋକାନ ଆଦି କ୍ଷତିଗ୍ରସ୍ତ ହେଇଥିବା କୁହାଯାଉଛି। ଆଜି ଅପରାହ୍ନରେ ଜୁନାଗଡ଼, ମଥୁରା ଆଦି ଅଞ୍ଚଳରେ ବହୁ ସମୟ ଧରି ବ୍ୟାପକ ମାତ୍ରାରେ କୁଆ ପଥର ମାଡ ହେଇଛି। ଫଳରେ ରବି ଚାଷ ପ୍ରଭାବିତ ହେଇଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.