କଞ୍ଚଣା ଛକ ନିକଟରେ ସ୍କୁଟି କାର୍ ଧକ୍କା, ଜଣେ ଯୁବକ ଗୁରୁତର ।

0 200

କୋଦଳା,୨୧/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଞ୍ଚଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକ ଜଣକ ହେଉଛନ୍ତି ବେଗୁନିଆପଡ଼ାର ଲିଂଗରାଜ ପ୍ରଧାନ ଓରଫ କାଳିଆ ପ୍ରଧାନ।ଆଜି ଅପରାହ୍ନରେ କଞ୍ଚଣା ଛକ ଓ ବେଗୁନିଆପଡ଼ା ଅଭିମୁଖେ ଯିବା ରାସ୍ତାର ବିଜୟ ଢାବା ନିକଟରେ ଘଟିଛି ଦୁର୍ଘଟଣା ।ଦୁର୍ଘଟଣାରେ କାର୍ ଓ ସ୍କୁଟିଟି ଭାଙ୍ଗି ଯାଇଥିବା ବେଳେ ସ୍କୁଟି ଚାଳକ ଲିଂଗରାଜ ଓରଫ୍ କାଳିଆ ପ୍ରଧାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଲିଂଗରାଜଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। କାର୍ ଚାଳକ ଜଣକ ଫୁଲବାଣୀ ଅଞ୍ଚଳର ହୋଇଥିବା ବେଳେ କେ ମର୍ଦରାଜପୁର କୁ ସଂପର୍କୀୟ ଘରକୁ ଆସିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.