ପୋଲସରା ,୧୪/୦୭(ପିପିଟ):ପୋଲସରା ସ୍ଥିତ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନ ଠାରେ ୧୩ ତାରିଖ ସୋମବାର ଦିନ ଏକଦିବସୀୟ କ୍ରିୟାତ୍ମକ ଅନୁସନ୍ଧାନ କାର୍ଯ୍ୟକ୍ରମ ସହିତ ପରିବେଶ ସୁରକ୍ଷା ନିମନ୍ତେ ୭୭ ତମ ବନ ମହୋତ୍ସବ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼ା. ବାବୁରାମ ପାଣି (ସହକାରୀ ଅଧ୍ୟାପକ, ବିଇଡି କଲେଜ ଭଞ୍ଜନଗର) ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ରନାଥ ସାହୁ ଓ ସୁରେନ୍ଦ୍ରନାଥ ପାଢ଼ୀ ଏବଂ ଅନୁଷ୍ଠାନର ଶିକ୍ଷକ ସୁକୁଲେଇ ଟୁଡୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ମଞ୍ଚାସିନ ଅତିଥିବୃନ୍ଦଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯିବା ପରେ ସେମାନଙ୍କୁ ପାରମ୍ପରିକ ସମ୍ବର୍ଦ୍ଧନା ଜଣାଯାଇଥିଲା। ପରେ ମୁଖ୍ୟ ବିଷୟ କ୍ରିୟାତ୍ମକ ଅନୁସନ୍ଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସହାୟକ ଉମାକାନ୍ତ ଆଚାର୍ଯ୍ୟଙ୍କ ସମେତ ଡି. ସନ୍ତୋଷ କୁମାର ରାଓ, ବିନତାରାଣୀ ଜେନା ଓ ନର୍ମଦା କୁମାରୀ ସାହୁ ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅଧ୍ୟକ୍ଷା ମହୋଦୟା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ପ୍ରଶିକ୍ଷଣ ନେଉଥିବାରୁ ଗୁରୁ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା