ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗ: ଫ୍ୟାକ୍ଟ୍ରି ଓ ବଏଲର ଅଧିକାରୀଙ୍କ ୭ ଠିକଣାରେ ରେଡ୍ ।

0 0

ସମ୍ବଲପୁର, ୨୯/୦୯: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପର୍କିତ ଠିକଣାଗୁଡ଼ିକରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ସମ୍ବଲପୁର ସ୍ପେଶାଲ୍ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ସ୍ଥାନରେ ଏହି ତଲାସି ଚାଲିଛି।

ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସ୍‌ଆଇଙ୍କୁ ନେଇ ଗଠିତ ଟିମ୍ ଏହି ଅଭିଯାନରେ ସାମିଲ ହୋଇଛି। ସମ୍ବଲପୁର ଧନକଉଡ଼ାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟର ଫ୍ଲାଟ୍, ଭୁବନେଶ୍ୱର ନନ୍ଦନ ବିହାରର ଡୁପ୍ଲେକ୍ସ, ଜଟଣୀ ବାରକୁଦରେ ଥିବା କୋଠା, ପୁରୀ ବାଲିଗୁଆଳିର ୩ ମହଲା କୋଠା, ବାଲୁଗାଁର ଦୁଇଟି ଦୁଇମହଲା କୋଠା ଏବଂ ସମ୍ବଲପୁର କାର୍ଯ୍ୟାଳୟରେ ତଲାସି ଚାଲିଛି। ଚଢ଼ାଉ ସମୟରେ ମିଳୁଥିବା ସମ୍ପତ୍ତି ଓ ଦଲିଲପତ୍ରର ଯାଞ୍ଚ ସହ ମୋଟ ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.