ଅରଖପଲ୍ଲୀ ଇଛାପୁର ଗ୍ରାମର ମୂଖ୍ୟ ରାସ୍ତା ସର୍ବସାଧାରଣଙ୍କ ପାଇଁ ପାଲଟିଛି ମରଣଯନ୍ତା।

0 40

ବୋଲଗଡ଼,୦୮/୦୬(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଖଙ୍ଗୁରୀୟା ଗ୍ରାମ ପଞ୍ଚାୟତର ଖଙ୍ଗୁରିଆ ଆରଡି ରାସ୍ତା ଠାରୁ ଇଚ୍ଛାପୁର ଗ୍ରାମ ଭିତର ଦେଇ ଅରଖପଲ୍ଲୀ ଆରଡି ସଡ଼କକୁ ସଂଯୋଗ କରୁଥିବା ରାସ୍ତା ମୃତୁ ର ଜନ୍ତା ପାଲଟିଛି। ଚାରିବର୍ଷ ବର୍ଷ ପୂର୍ବରୁ ବସୁଧା ଯୋଜନା ପାଣି ପାଇପ ମାଟିତଳେ ଯିବାପାଇଁ କଂକ୍ରିଟ୍ ରାସ୍ତାକୁ ତାଡି ପାଇପ ପକାଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଠିକ୍ ରେ ମାଟି ପୋତା ନହୋଥିବା ହେତୁ ରାସ୍ତାଟି ଖାଲ ଢିପରେ ପରିଣତ ହୋଇଯାଇଛି। ଗ୍ରାମ ଭିତରେ ଡ୍ରେନ୍ ର ସୁବିଧା ନଥିବାରୁ ବର୍ଷା ପାଣି ଏବଂ ୱାଟର ସପ୍ଳାଇର ପାଣି ଲିକେଜ କରି ରାସ୍ତା ଉପର ଦେଇ ଯାଉଅଛି ଯାହାକି ଗ୍ରାମବାସୀ ଓ ଯାତାୟତ କରୁଥିବା ଅଞ୍ଚଳର ଲୋକମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ,ବୃଦ୍ଧବ୍ୟକ୍ତି, ଗର୍ଭବତୀ ମହିଳା ମାନଙ୍କ ପାଇଁ ସେହି ରାସ୍ତା କାଳ ପାଲଟିଛି। ଯାହାକି ଆମ୍ବୁଲାନ୍ସ ଟିଏ ମଧ୍ୟ ଯାଇପାରୁ ନାହିଁ। ଯାହା ଫଳରେ ଇଛାପୁରର ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ଇଛାପୁର ଗ୍ରାମବାସୀ କହିବା ଅନୁସାରେ ବ୍ଳକ ବିଡିଓ, ସ୍ଥାନୀୟ ସରପଞ୍ଚ ଏବଂ ବିଧାୟକଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ କି କୌଣସି ବିଚାର କୁ ନିଆଯାଉ ନାହିଁ। ତେଣୁ ସ୍ଥାନୀୟ ପ୍ରଶାସନ ଏହି ରାସ୍ତା ପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.