ଲାଞ୍ଚ ନେଇ ଧରାପଡ଼ିଲେ ଜଳଛାୟା ସଂଯୋଜିକା ।

0 223

ଭବାନୀପାଟଣା,୦୮/୦୬:କଳାହାଣ୍ଡି ଜଳଛାୟା ମିଶନ ର ମନରେଗା ଯୋଜନା ସଂଯୋଜିକା ପ୍ରିୟଙ୍କା ଜେନା ୩୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଆଜି ଭିଜିଲାନ୍ସ ଦ୍ବାରା ଧରାପଡିଲେ। ଅଭିଯୋଗ ଅନୁଯାୟୀ ମେଦିନୀପୁର ର ଚାଷୀ ଜାଭେଦ ଅନସାରୀ ଏବଂ ତାଙ୍କ ଭାଇ ଙ୍କ ଜମିରେ ୨ ଟି ଫାର୍ମ ପଣ୍ଡ ଖୋଲାଯାଇଛି। ପ୍ରାୟ ୪ ଲକ୍ଷ ଟଙ୍କାର ଫାର୍ମ ପଣ୍ଡ ପାଇଁ ୨ ଲକ୍ଷ ୬୮ ହଜାର ଟଙ୍କାର ବିଲ ହେଇଥିଲା। ପ୍ରିୟଙ୍କା ତାର ୧୮ ପ୍ରତିଶତ ଦାବି କରିଥିଲେ। ମୂଲଚାଲ ପରେ ୩୫ ହଜାର ଟଙ୍କା ନେବାକୁ ସେ ଜିଦ୍ ଧରିଥିଲେ। ଆଜି ସ୍ଥାନୀୟ ଇରିଗେଶନ କଲୋନୀ ଛକ ନିକଟରେ ଜାଭେଦ ଙ୍କ ଠାରୁ ସେ ୩୫ ହଜାର ଟଙ୍କା ନେବାବେଳେ ସେଠାରେ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ପରେ ପ୍ରିୟଙ୍କା ରହୁଥିବା ଦର୍ପଣ ସାଗର ପଡ଼ାର ଭଡା ଘରେ ଭିଜିଲାନ୍ସ ଚଢାଉ କରିଥିଲା। କଳାହାଣ୍ଡି ଜଳଛାୟା ମିଶନରେ ମନରେଗା ସଂଯୋଜିକା ଭାବେ ଭୁବନେଶ୍ୱର ସ୍ଥିତ ଇ ୧ ସଂସ୍ଥା ମାଧ୍ୟମରେ ପ୍ରିୟଙ୍କା କାମ କରୁଥିଲେ। ସଂପ୍ରତି ମନରେଗା ଯୋଜନାର ସମସ୍ତ ପ୍ରକଳ୍ପ ସମ୍ପୂର୍ଣ ହେଲେ, ପରବର୍ତ୍ତୀ ସମୟରେ ତାକୁ ରାମଜୀ ଭାବଜି ଯୋଜନା ଭାବେ ପରିବର୍ତ୍ତିତ ହେବାର ଥିଲା। ତେଣୁ ମାର୍ଚ୍ଚ ସୁଦ୍ଧା ସମସ୍ତ କାମ କରିବାକୁ ବିଭାଗୀୟ ସ୍ତରରେ ନିର୍ଦ୍ଦେଶ ଥିଲା। ତେଣୁ ତରବରିଆ ଭାବେ ବିଲ କରି ସେଥିରୁ ବିଭାଗୀୟ କର୍ମଚାରୀ ମାନେ ପିସି ଆଦାୟ କରୁଥିଲେ। ଆଜି ପ୍ରିୟଙ୍କା ଭିଜିଲାନ୍ସ ଦ୍ବାରା ଧରାପଡ଼ିବା ପରେ କଳାହାଣ୍ଡି ଜଳଛାୟା ମିଶନ ଅଫିସ ରେ କୋକୁଆ ଭୟ ସୃଷ୍ଟି ହେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଜିଲାର ଜୟପାଟଣା ବ୍ଲକ୍ ଅନ୍ତର୍ଗତ ରାଣିବହାଲ, କର୍ମେଲି, କୁଚାଗାଁ ମୁଖିଗୁଡ଼ା, ପାଇକବାହାଲ, ପ୍ରତାପପୁର ପ୍ରଭୃତି ଗାଁ ରେ ଫାର୍ମ ପଣ୍ଡ ଦୁର୍ନୀତି ସଂକ୍ରାନ୍ତରେ ପୂର୍ବରୁ ବହୁବାର “ସମାଜ” ରେ ଖବର ପ୍ରକାଶ ପାଇଛି। କେଉଁଠି ପୁରୁଣା ପୋଖରୀ ଉପରେ ଫାର୍ମ ପଣ୍ଡ ଖୋଲାଯାଇଛି। ତ ଆଉ କେଉଁଠି ଅଳ୍ପ ମାଟି ଖୋଳାଯାଇ ଫାର୍ମ ପଣ୍ଡ ବୋଲି ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜୟପାଟଣା ବ୍ଲକ୍ ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହେଇଛି।

Leave A Reply

Your email address will not be published.