୨୪ ଡାକ୍ତରଙ୍କୁ ନେଇ ସ୍ବେଚ୍ଛାସେବୀ ଡାକ୍ତର ପ୍ଯାନେଲ ଗଠିତ ।

0 75

ଛତ୍ରପୁର (ପିପିଟି ନ୍ଯୁଜ୍)୨୮/୦୩- ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି। ଏହି ପ୍ୟାନେଲରେ ୨୪ ଜଣ ଡାକ୍ତର ଅଛନ୍ତି। ଉକ୍ତ ଡାକ୍ତର ମାନଙ୍କ ମଧ୍ୟରେ ୨ ଜଣ ପୂର୍ବତନ ବିଧାୟକ ତଥା ଡାକ୍ତର ଅଛନ୍ତି। ସେମାନେ ହେଲେ ଛତ୍ରପୁରର ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଓ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ଏଥିସହ ଉକ୍ତ ପ୍ୟାନେଲରେ ବିଭିନ୍ନ ସ୍ପେସିଆଲିଷ୍ଟ ଅଛନ୍ତି। ଡିଆର୍‌ଡିଏ ପକ୍ଷରୁ ଗଠିତ ଉକ୍ତ ପ୍ୟାନେଲରେ ଥିବା ଡାକ୍ତରମାନଙ୍କୁ ଫୋନ୍‌ କରି କିମ୍ବା ହ୍ବାଟ୍ସଆପ୍‌ ଜରିଆରେ କୌଣସି ସ୍ବାସ୍ଥ୍ୟ ସମ୍ପର୍କିତ ପରାମର୍ଶ ନେବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ସାଧାରଣ ଲୋକଙ୍କ ପାଖରେ ମୋବାଇଲ୍ ମାଧ୍ୟମରେ ସ୍ବାସ୍ଥ୍ୟ ସମସ୍ଯାର ସମଧାନ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.