ବେଗୁନିଆପଡା ବ୍ଲକକୁ ତଦନ୍ତକାରୀ ଦଳର ଗସ୍ତ ।

0 1

କୋଦଳା ,୨୬/୦୮(ପିପିପି):ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ୍ରମେ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ସହ ଏକ ତଦନ୍ତକାରୀ ଦଳ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି। ଗସ୍ତ ସମୟରେ ଏହି ବ୍ଲକ ଅନ୍ତର୍ଗତ କେ. ବରିଡା, ଚନ୍ଦନପୁର, ମର୍ଦକୋଟ ଓ ମର୍ଦମେଖ ପଞ୍ଚାୟତ ପରିଦର୍ଶନ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟର ମାନ, ଅଗ୍ରଗତି ଓ ଲୋକଙ୍କ ପାଇଁ ଏହାର ଉପଯୋଗିତା ସମ୍ପର୍କରେ ତଦନ୍ତକାରୀ ଦଳ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ମନରେଗା, ଏସ ଏଫ ସି, ସି ଏଫ ସି, ବ୍ଲକ ଓ ପଂଚାୟତ ସେର ରେ ନିର୍ମିତ ରାସ୍ତା, ଆବାସ ଗୃହ, ଫେବର ରାସ୍ତା, ବିଲଡିଂ ପାନୀୟ ଜଳ ପ୍ରକଳ୍ପ ଆଦି ବୁଲି ଦେଖିଥିଲେ । ଏଥିସହ ପଞ୍ଚାୟତସ୍ତରରେ ଚାଲିଥିବା କାର୍ଯ୍ୟଗୁଡ଼ିକରେ ସ୍ୱଚ୍ଛତା, ଗୁଣବତ୍ତା ଓ ସମୟାନୁସାରେ କାର୍ଯ୍ୟ ସମ୍ପାଦନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ସରକାରୀ ଯୋଜନାର ସୁଫଳ ଯେପରି ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଉନ୍ନୟନ କାର୍ଯ୍ୟରେ କୌଣସି ଅବ୍ୟବସ୍ଥା ନରହିବ, ସେଥିପାଇଁ ଏଭଳି ତଦାରଖ ଓ ସମୀକ୍ଷା ଗୁରୁତ୍ୱ ବହନ କରୁଛି। ତଦନ୍ତକାରୀ ଦଳର ଏହି ଗସ୍ତ ଦ୍ୱାରା ବେଗୁନିଆପଡା ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଓ ଗୁଣବତ୍ତା ଆସିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ଏଥିରେ ବେଗୁନିଆପଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ସରପଞ୍ଚ ପ୍ରତିନିଧି, ଜଳ ଓ ପରିମଳ ଯନ୍ତ୍ରୀ,ସମ୍ପୃକ୍ତ ପଂଚାୟତର କନିଷ୍ଠ ଯନ୍ତ୍ରୀ, ପି ଇ ଓ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.