ସୁରତରୁ ଆସୁଥିବା ବସ କଳିଙ୍ଗା ଘାଟିରେ ଦୁର୍ଘଟଣା,୨ ମୃତ ।

0 2,015

ଭଞ୍ଜନଗର,(ପିପିଟି)୦୨/୦୫, ସୁରତରୁ ଶନିବାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବସ ପ୍ରବାସୀ ଓଡିଆମାନଙ୍କୁ ନେଇ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ ସେଥି ମଧ୍ୟରେ ଶ୍ରୀ ପଟେଲ ନାମକଏକ ଘରୋଇ ବସ ନଂ GJ18X-2693 ଭଞ୍ଜନଗର ଠାରୁ ୪୦ କିଲୋମିଟର ଦୂର କଳିଙ୍ଗା ଘାଟିର ଅନ୍ଧାର କୋଟ ମନ୍ଦିର ପୂର୍ବରୁ ରାସ୍ତାର ଡାହାଣ ପଟେ ଦୁର୍ଘଟଣା ଘଟିଥିଲା।ଫଳରେ ଘଟଣା ସ୍ଥଳରେ ବୁଗୁଡା ନିକଟ ବିରିଡ଼ି ପଲ୍ଲୀ ଗ୍ରାମର ଚିତ୍ତ ରଞ୍ଜନ ସେଠୀ ଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣେ ମଧ୍ୟ ବୁଗୁଡାର ସନ୍ତୋଷ କୁମାର ସେଠୀ (୩୮)ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଭଞ୍ଜନଗର ମେଡିକାଲ ଆଣିବା ବାଟରେ ରାସ୍ତାରେ ତାର ମୃତ୍ୟୁ ଘଟିଥିଲା। ପ୍ରାୟ୪୦ରୁ ଉର୍ଦ୍ଧ୍ବ ଆହତ ଙ୍କୁ ଜି. ଉଦୟଗିରି ଡାକ୍ତରଖାନାରେ ଚିକିତ୍ସିତ କରା ଯାଉଥିବା ଜଣାପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.