ସିପିଆଇଏମ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କରୋନା ଚିକିତ୍ସା ସମ୍ପର୍କେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ୯ଦଫା ଦାବିପତ୍ର ପ୍ରଦାନ ।

0 304

ବୋଲଗଡ,୨୯/୦୭(ପିପିଟି); କରୋନା ସମ୍ପର୍କିତ ବିଭିନ୍ନ ଦାବି ନେଇ ରଣପୁର ବ୍ଲକ ସିପିଆଇଏମ କମିଟି ପକ୍ଷରୁ ଯୁବନେତା ସୁରେଶ ସ୍ୱାଇଁଙ୍କ ନେତୃତ୍ୱରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି । ଗତ କିଛି ଦିନଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ବୃଦ୍ଧିପାଇବାରେ ଲାଗିଛି । କରୋନା ମହାମାରୀ ସଙ୍କଟ ସାଙ୍ଗକୁ ଅଣ ସଂକ୍ରମିତ ରୋଗୀମାନେ ଅବହେଳିତ ହେବାର ଅନେକ ଦୃଷ୍ଟାନ୍ତ ସାମନାକୁ ଆସିଛି । କରୋନା ମହାମାରୀକୁ ସଠିକ ଭାବେ ମୁକାବିଲା କରିବା ଓ ସାର୍ବଜନିନ ସ୍ୱାସ୍ଥ୍ୟ ସେଵାକୁ ସୁନିଶ୍ଚିତ କରିବା ସାଙ୍ଗକୁ ରାଜ୍ୟର ସମସ୍ତ ସରକାରୀ ବେସରକାରୀ ହସ୍ପିଟାଲ, ନର୍ସିଂହୋମ ଆଦିକୁ ଖୋଲିବା ସାଙ୍ଗକୁ ଅନ୍ୟ ରୋଗୀମାନଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ, ଯେକୌଣସି ରୋଗୀକୁ ଚିକିତ୍ସା ନକରି ଫେରାଯାଇ ପାରିବ ନାହଁ ବୋଲି ଵିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା, ଯେଉଁମାନେ ଏହାକୁ ଉଲଙ୍ଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆଇସିୟୁ,ଭେଣ୍ଟିଲେଟର ଶଯ୍ୟା, ଡାକ୍ତର,ନର୍ସ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କର ବ୍ୟାବସ୍ଥା କରାଯିବା ।ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳୀ ଅନୁଯାୟୀ ସମସ୍ତ କରୋନା ପରୀକ୍ଷା, ଚି଼ହ୍ନଟ ଓ ଉପଯୁକ୍ତ ଚିକତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା । ପ୍ରତ୍ୟେକ ସ୍ତରରେ କୋଭଡ ହସ୍ପିଟାଲରେ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ପିପିଇ କିଟ୍ ଯୋଗାଇବା ଆଦି ୯ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ପୁର୍ଣିମା ମହାପାତ୍ର, ସବ୍ୟସାଚୀ ସେନାପତି, ଶତ୍ରୁଘନ ସାହୁ, ଧନେଶ୍ୱର ସାମନ୍ତରାୟ, ଶ୍ୟାମସୁନ୍ଦର ସାମନ୍ତରା, ବିଭୁତିଭୂଷ ସାହୁ, ପ୍ରଶାନ୍ତ କୁମାର ସାମନ୍ତ ସିଂହାର ପ୍ରମୁଖ ଯୋଗ ଦେଇଥିଲେ । ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.