ସାମ୍ବାଦିକକୁ ଆରଆଇଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ।

0 341

ବାଲିଗୁଡ଼ା,୧୪/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ତହସିଲ ପିକରଡି ର ଆରଆଇ କ୍ଷମତା ମୋହରେ ପଡ଼ି ତହସିଲଦାରଙ୍କ ଗାଡ଼ିରେ ନାଲିବତୀ ବ୍ୟବହାର କରି ଚଳିତ ମାସ ୫ତାରିଖ ସନ୍ଧ୍ୟା ସମୟରେ ବଜାରରେ ନିଜକୁ ଲେଡି ଡନ ପରି ବୁଲି ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ଖବର ପାଇ ଅଞ୍ଚଳର ସାମ୍ବାଦିକ ହେମନ୍ତ କୁମାର ମୁଖୀ ପହଁଚି ଫୋଟ ଉତ୍ତୋଳନ କରିବା ପାଇଁ ମୋବାଇଲ ଧରିଥିବା ବେଳେ ଆରଆଇ ଜଣକ ସାମ୍ବାଦିକ ନିକଟରେ ପହଞ୍ଚି ମୋବାଇଲ ଛଡ଼ାଇବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜିଲ୍ଲା ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆରଆଇ ଏଭଳି ଆଚରଣକୁ ନେଇ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଘୋର ନିନ୍ଦା କରାଯିବା ସହ ସାମ୍ବାଦିକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶଙ୍କ ନେତୃତ୍ବ ରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ରଙ୍କ ଜରୀଆରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଯଦି ସାମ୍ବାଦିକଙ୍କୁ ନ୍ୟାୟ ନମିଳେ ତେବେ ବାଧ୍ୟ ହୋଇ ସାମ୍ବାଦିକଙ୍କ ନ୍ୟାୟ ପାଇଁ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧାର ସମ୍ମାନ ଦେଉଥିବା ବେଳେ କିଛି ସରକାରୀ କର୍ମଚାରୀ ନିଜକୁ ଆଇନର ଉର୍ଦ୍ଧ୍ବ ରେ ଭାବି ଏଭଳି ଘଟଣା ମାନ ଘଟାଉଛନ୍ତି, ଯାହାକି ସାମ୍ବାଦିକ ଓ ସରକାର ମଧ୍ୟରେ ଥିବା ସୁସମ୍ପର୍କକୁ ବ୍ୟାଘାତ ସୃଷ୍ଟି କରୁଛନ୍ତି। ଏହି ଘଟଣାକୁ ଉତ୍କଳ ସାମ୍ୱାଦିକ ସଙ୍ଘର ସଦସ୍ୟ ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ସୁବାଷ ଚନ୍ଦ୍ର ମହାରଣା, ବସନ୍ତ କୁମାର ବେହେରା, ହିମାଂଶୁ ବେହେରା, ପ୍ରଶାନ୍ତ କୁମାର ଜେନା ସମେତ ତୁମୁଡ଼ିବନ୍ଧ ସାମ୍ବାଦିକ ସଂଘ ସଭାପତି ପବିତ୍ର ଦିଗାଲ, ଦାରିଙ୍ଗବାଡି ବ୍ଲକ ପ୍ରେସ କ୍ଲବ ସଭାପତି ପ୍ରେମ ଚାନ୍ଦ ସିଂ ପ୍ରମୁଖ ଘୋର ନିନ୍ଦା କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.