ସାଇ ସତସଙ୍ଗ ଅନୁଷ୍ଠାନ ପକ୍ଷରୁ ମାଙ୍କଡ଼ ମାନଙ୍କୁ ଖାଦ୍ୟ ପ୍ରଦାନ ।

0 79

ଢେଙ୍କାନାଳ,(ପିପିଟି)୩୦/୦୪-ମହାମାରୀ କୋରନା ରୋଗଠୁ ଦୁରେଇ ରହିବାପାଇଁ କେନ୍ଦ୍ର ସରକାରଙ୍କ ର ଲକ୍ ଡାଉନ ଘୋଷଣା ହବା ପରେ ସମସ୍ତ ଦୋକାନ ବଜ଼ାର ବନ୍ଦ ହବା ସହିତ ସମସ୍ତ ମଠ ମନ୍ଦିର ଆଧ୍ୟାତ୍ମିକ ସ୍ଥଳ ବି ବନ୍ଦ ହୋଇଥିଲା । ଯାହା ଫଳରେ ଭକ୍ତ ମାନେ କପିଳାସ ରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ସେଠାକୁ ଯାଉଥିବା ଭକ୍ତ ମାନଙ୍କ ପାଇଁ ମାଙ୍କଡ ମାନେ ଖାଇବାକୁ  ପାଉଥିଲେ ମନ୍ଦିର  ବନ୍ଦ ହବା ସହିତ ମାଙ୍କଡ ମାନଙ୍କ ଖାଇବା ବି ବନ୍ଦ ହୋଇଯାଇଥିଲା ଠିକ୍ ସେହି ସମୟ ରେ ସାଇ ସତସଙ୍ଗ ଅନୁଷ୍ଠାନ ମାଙ୍କଡ ମାନଙ୍କୁ ଖାଦ୍ୟ ଯୋଗେଇ ଦେବା ପ୍ରୟାସ କରିଥିଲା । ଆଉ ସେଇ ଲକ ଡାଉନ ଠାରୁ ପ୍ରତ୍ୟେକ ଦିନ ଏକ ଦିନ ବ୍ୟବଧାନ ରେ ମାଙ୍କଡ ମାନଙ୍କ ପାଇଁ ଖାଦ୍ୟ ଯୋଗେଇ ଦେଉଛନ୍ତି । ଏହି କାର୍ଯ୍ୟ ଲକ୍ ଡାଉନ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ  ସୂଚନା ଦିଆଯାଛି ।
ରିପୋର୍ଟ – ଶୁଭମ୍ ପାଣୀ ।

Leave A Reply

Your email address will not be published.