ସରପଞ୍ଚ ୨ ଘଣ୍ଟା ସଟଡାଉନ ଘୋଷଣା କଲେ ପଲମ ଛକ ।

0 147

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧/୬, କରେଣ୍ଟାଇନ୍ ଅବଧି ସରିଯିବା ପରେ ପ୍ରବାସୀ ଓଡିଆ ମାନେ ନିଜନିଜ ଘରକୁ ଯାଇ ହୋମ କ୍ବାରେଣ୍ଟାଇନରେ ରହିବାର ବ୍ୟବସ୍ଥା ଥିବାରୁ ପ୍ରବାସୀ ମାନଙ୍କୁ ବିଦାୟ ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଗ୍ରାମ ପଞ୍ଚାୟତ ସ୍ଥିତ କରେଣ୍ଟାଇନ୍ ସେଣ୍ଟରରୁ ଆଜି ସୋମବାର ୫୦ଜଣ ପ୍ରବାସୀ ଓଡ଼ିଆ ମାନେ କ୍ବାରେଣ୍ଟାଇନ ଅବଧି ସରିଯିବାରୁ ତାଙ୍କୁ ତାଙ୍କ ଘରକୁ ଯାଇ ହୋମ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇ ଛାଡିଦିଆଯାଇଛି ।ଫଳରେ ପ୍ରବାସୀ ଓଡିଆ ମାନେ ସେଠାରୁ ନିଜନିଜ ଅଞ୍ଚଳକୁ ଯାଇଥିଲେ ।ପଲମ ଏକ ଦୋକାନବଜାର ପାଇଁ ଏକ ଉଦ୍ଧିଷ୍ଟ ଜାଗା ହୋଇଥିବାରୁ ସବୁବେଳେ ଜନସମାଗମ ଥାଏ ।ଏହି ଜନସମାଗମକୁ ଦୃଷ୍ଟିରେ ରଖି ପଲମ ଗ୍ରାମ ପଞ୍ଚାୟତ ସରପଞ୍ଚ ସାବିତ୍ରୀ ମାଝୀ ପ୍ରବାସୀ ଓଡିଆଙ୍କ ଯିବାସମୟରେ ଦିବା ୧୦ ଘଣ୍ଟା ରୁ ଦିବା ୧୨ଘଣ୍ଟା ପର୍ଯ୍ୟନ୍ତ ୨ଘଣ୍ଟା ପାଇଁ ପଲମରେ ସଟଡାଉନ ଘୋଷଣା କରିଥିଲେ ।ଫଳରେ ୨ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ,ଯାତାୟତ ତଥା ଜନସମାଗମ ବନ୍ଦ ଥିବା ଦେଖିବାକୁ ମିଳିଥିଲା ଏବଂ ୨ଘଣ୍ଟା ସମୟ ଗଲା ପରେ  ସମସ୍ତ ଦୋକାନବଜାର ,ଯାତାୟତ ତଥା ଜନସମାଗମ ସ୍ଵାଭାବିକ ହୋଇଥିଲା ।
ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.