ପ୍ରାଥମିକ ଶିକ୍ଷକ ସଂଘର ନୂତନ କମିଟି ଗଠନ ।

0 19

ଭଞ୍ଜନଗର, ୨୧/୦୯(ପିପିଟି ):ଗଞ୍ଜାମ ଜିଲା ଭଞ୍ଜନଗର କାଳିଞ୍ଜି ସମାଜ ଗୃହରେ ରବିବାର ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା କମିଟି ଗଠନ କରାଯାଇଛି । ଶିକ୍ଷକ ନେତା ଦିଲୀପ କୁମାର ପ୍ରଧାନ, ସିଦ୍ଧାର୍ଥ ଶତପଥୀ, ଗୋପାଳ ଚନ୍ଦ୍ର ବେହେରା ଓ ପଦ୍ମନାଭ ପ୍ରଧାନ ନିର୍ବାଚନକୁ ପରିଚାଳନା କରିଥିଲେ।

ଜଗଦୀଶ ନାୟକ ସଭାପତି ଭାବେ ପୂବର୍ବାର ନିର୍ବାଚିତ ହୋଇଥିବା ବେଳେ ଶିଶିର କାନ୍ତ ପତି କାର୍ଯ୍ୟକାରୀ ସମ୍ପାଦକ, ମନୋଜ କୁମାର ବେହେରା ସମ୍ପାଦକ, ସୁଜାତା ଦାସ ସହ-ସମ୍ପାଦିକା, ଆଶାଲତା ବେହେରା ଉପ ସଭାନେତ୍ରୀ ଏବଂ ପଦ୍ମନାଭ ପ୍ରଧାନ କୋଷାଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଏହାପରେ ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ।ସେହିପରି ସନ୍ତୋଷ କୁମାର ରଥ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ । ନୂତନ କର୍ମକର୍ତ୍ତାମାନେ ସଂଘକୁ ସୁଦୃଢ଼ କରିବା ସହ ଶିକ୍ଷକମାନଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ସମୂହଭାବେ ଲଢେଇ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.