ସରକାରୀ ଗୋଚର ଜମିରେ ଆଶ୍ରୟ ନେଇଥିବା କୁମର ମଣିଙ୍କ ପରିବାର ଆବାସ ଗୃହରୁ ବଞ୍ଚିତ ।

0 674

କଳାହାଣ୍ଡି,୧୬/୦୭(ପିପିଟି) ସରକାର ଗରିବ ଖଟିଖିଆ ଦିନ ମଜୁରିଆ ଲୋକ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । ହେଲେ ସରକାରୀ ବାବୁଙ୍କ ଖାମଖିଆଲୀ ନୀତି ଯୋଗୁଁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବିଫଳ ହେଉଛି । ଏପରି ଏକ ଘଟଣା  ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଵ୍କକ ଅନ୍ତଗତ ସାପଲହରା ପଞ୍ଚାୟତ ବା ଗାଆଁରେ  କୁମର ମଣି ଦୀର୍ଘ ୧୨ ବର୍ଷ ଧରି ରହିଆସୁଥିବା ବେଳେ ମିଳିନାହିଁ ଆବାସ ଯୋଜନାରେ ଘର । ପରିବାର କହିଲେ ୪ଜଣ ସଦସ୍ଯ ରହନ୍ତି । କୁମରମଣି ଙ୍କ ବୟସ (୪୮) ଏବଂ  ତାଙ୍କ ମାଆଙ୍କ ବୟସ (୮୫) ତାଙ୍କ ସ୍ତ୍ରୀ ଓ ତାଙ୍କ ଝିଅ । କୁମର ମଣି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର କୁଟୁମ୍ବ ଚଳେ ଏବଂ ବାରମ୍ବାର ଅଭିଯୋଗ କଲେ ମଧ୍ଯ ପ୍ରଶାସନର ଦୃଷ୍ଟି ପଡୁନାହିଁ । ସେ ରହୁଥିବା ଘର  ପ୍ରବଳ ବର୍ଷା ହେଲେ କେତେ ବେଳେ ଭାଙ୍ଗି ଯିବାର ସମ୍ଭାବନା ରହିଛି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନର ଦୃଷ୍ଟି କେବେ ପଡୁଛି। 

ରିପୋର୍ଟ –  ଭିଷ୍ମ ସାହୁ ।

Leave A Reply

Your email address will not be published.