ସନ୍ତାନଙ୍କ ନିରାମୟ ଜୀବନ କାମନା କରି ପାଳନ ହେଲା ପୁଅ ଜିଉଁନ୍ତିଆ ଓଷା ।

0 347

ଉଲୁଣ୍ଡା ,୦୭୵୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ପାଳନ ହୋଇଯାଇଛି ପୁଅ ଜିଉଁନ୍ତିଆ ଓଷା। ସନ୍ତାନମାନଙ୍କ ନିରାମୟ ଓ ଦୀର୍ଘ ଜୀବନ କାମନା କରି ପ୍ରତ୍ୟେକ ମା’ ମାନେ ଏହି ଓଷା ପାଳନ କରିଥିଲେ। ଗତକାଲି ସକାଳୁ ଦିନତମାମ ନିର୍ଜଳା ଉପବାସ ରହି ସଂନ୍ଧ୍ୟାରେ ଏକତ୍ରୀତ ହୋଇ ଦୁତିବାହନଙ୍କୁ ପୂଜା କରିଥିଲେ। ଏହି ପୂଜାରେ ୨୧ ପ୍ରକାର ଫଳମୂଳ ଲାଗିବା ସହ ୧୦୮ ଦୁବ ଓ ଅରୁଆ ଚାଉଳ ଲାଗିଥାଏ। ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିବା ପରେ ଦୂତିବାହନ ଓଷା ବହି ଗାନ କରିଥିଲେ ଏବଂ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରିଥିଲେ। ଆଜି ସକାଳୁ ନଦୀଘାଟ ଓ ପୋଖରୀ କୁଳରେ ବାଲୁକା ପୂଜା କରିବା ସହ ସୂର୍ଯ୍ୟଙ୍କୁ ପୂଜା କରିବା ସହ ନିଜ ନିଜ ଘରେ ସନ୍ତାନମାନଙ୍କୁ ବନ୍ଦାପନା କରିବା ସହ ଦୂତିବାହନଙ୍କ ଠାରେ ଲାଗି ହୋଇଥିବା ଦୁବ, ଅରୁଆ ଚାଉଳ ଓ ସିନ୍ଦୁରକୁ ନେଇ ଚଢ଼ାଇବା ପରେ ପୁଅ ଜିଉଁନ୍ତିଆ ଓଷା ଶେଷ କରିଥିଲେ । ଏହାପରେ ମା ମାନେ ସନ୍ତାନସନ୍ତତିଙ୍କୁ ଜିଉଁନ୍ତିଆ ପିନ୍ଧାଇବା ସହିତ ଉପବାସ ଭଙ୍ଗ କରିବାର ପରମ୍ପରା ରହିଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.