ଷ୍ଟ୍ରିଟ୍ ରୋମିଓଙ୍କୁ ସାବାଡ କଲା ପଦ୍ମପୁର ପୁଲିସ ।

0 631

ପଦ୍ମପୁର,୧୪/୦୭(ପିପିଟି); ପଦ୍ମପୁର ଉପଖଣ୍ଡ ସଦର ମହକୁମା ଅଞ୍ଚଳରେ ସନ୍ଧ୍ୟାରେ ପ୍ରାୟ ଲୋକେ ଇଭିନିଙ୍ଗ୍ ୱାର୍କ ପାଇଁ ଯାଉଛନ୍ତି କିନ୍ତୁ ସନ୍ଧ୍ୟାରେ ଚାଲିବ ପାଇଁ ଯାଉଥିବା ସମୟରେ ନୀତି ଦିନ କିଛି ଷ୍ଟ୍ରିଟ୍ ରିମିଓ ଝିଅ ମାନଙ୍କୁ କମେଣ୍ଟ କରୁଥିବାର ଦେଖିବାକୁ ମିଳୁଥିଲା । ଫଳରେ ଜନସାଧାରଣଙ୍କ ମନରେ ଏହା  କୁ-ପ୍ରଭାବ ପକେଇବା ସହ ଝିଅ ମାନଙ୍କ ମାନସିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରୁଥିଲା। ହେଲେ ଆଜି ପଦ୍ମପୁର ପୁଲିସର ଏକ ଟିମ୍ ହଠାତ ପଦ୍ମପୁର ସତିଭଟା ରାସ୍ତା ସ୍ଥିତ ଜଟିଆ ବନ୍ଧ ନିକଟରେ ପହଞ୍ଚି କିଛି ଷ୍ଟ୍ରିଟ୍ ରୋମିଓଙ୍କୁ ବାଡେଇବା ସହ ତାଗିଦ କରିଥିଲେ। ଏହି ବିଷୟ ବର୍ତ୍ତମାନ ପଦ୍ମପୁର ସହରବାସୀଙ୍କ ଭିତରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ପଦ୍ମପୁର ପୋଲିସ ସବୁବେଳେ ସୁରକ୍ଷା ପାଇଁ କାର୍ଯ୍ୟରତ ଏବଂ ଏପରି ସ୍ଥିତିରେ ନ ଡରି ସାଧାରଣ ଜନତା ପୁଲିସକୁ ସହଯୋଗ କରନ୍ତୁ ବୋଲି ପଦ୍ମପୁର ଥାନା ଅଧିକାରୀ ମାନସ ରଞ୍ଜନ ପଧାନ କହିଛନ୍ତି । ଏହାକୁ ନେଇ  ବୁଦ୍ଧିଜୀବୀ ମହଲରୁ ପଦ୍ମପୁର ପୁଲିସ  ଅଧିକାରୀ ଏବଂ ପୋଲିସ ଦଳକୁ ସାଧୁବାଦ ଜଣା ଯାଇଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.