ଶ୍ରୀ ପାତାଳି କ୍ଷେତ୍ରରେ ସିମିତ ସେବାୟତ ଓ ରୀତିନୀତିରେ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି ।

0 262

ଉଲୁଣ୍ଡା ,(ପିପିଟି)୦୬/୦୬, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଳାଇ ସ୍ଥିତ ଶ୍ରୀ ପାତାଳି କ୍ଷେତ୍ର ଠାରେ ଶ୍ରୀ ଜୀଉଙ୍କର ସ୍ନାନଯାତ୍ରା ସମ୍ପନ୍ନ ହୋଇଯାଇଛି ।ହେଲେ ଚଳିତ ବର୍ଷ ମହାମାରୀ କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ବିନା ସୀମିତ ସଂଖ୍ୟକ ସେବାୟତ ଓ କେବଳ ପୂଜାବିଧିରେ ସ୍ନାନଯାତ୍ରା ନୀତି ସମ୍ପନ୍ନ ହୋଇଛି । ଛଳିଆ ପାହାଡର ସ୍ନାନମଣ୍ଡପରେ ଶ୍ରୀଜୀଉ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି । ମହାପ୍ରଭୁଙ୍କ ମଇଲମ, ସର୍ବାଙ୍ଗ  ନୂଆଁଲୁଗା ଲାଗି ଆରମ୍ଭ ହୋଇଥିଲା ।ମହାପ୍ରଭୁଙ୍କର ବେଶ ନୀତି ସମ୍ପନ୍ନ ପରେ ଗରବଡୁ ସେବୟତମାନଙ୍କ ଦ୍ୱାରା ଜଳଲାଗି ନୀତି ସମ୍ପନ୍ନ ପରେ ଜଳ ସଂସ୍କାର ଓ ପୂଜାନିତି ହୋଇଥିଲା ।ବଡ଼ଠାକୁର ଶ୍ରୀ ବଳଭଦ୍ର ଙ୍କର ୩୩ କୁମ୍ଭ ଜଳ କାଳିଆ ଠାକୁର ଶ୍ରୀ ଜଗନ୍ନାଥ ଙ୍କୁ ୩୫କୁମ୍ଭ ଜଳ ଦେବୀ ସୁଭଦ୍ରା ଙ୍କୁ ୨୨କୁମ୍ଭ ଜଳ ଓ ଚକ୍ରରାଜ ସୁଦର୍ଶନ ଙ୍କୁ ୧୮କୁମ୍ଭ ଜଳରେ ସ୍ନାନ କରାଯାଇ ସ୍ନାନପୂର୍ଣ୍ଣିମା ନୀତି ସମ୍ପନ୍ନ କରଯାଇଥିଲା ।ଠାକୁରମାନଙ୍କୁ ପ୍ରଥମେ ପଞ୍ଚାମୃତରେ ସ୍ନାନ କରାଯାଇ ପରେ ଅଣାଯାଇଥିବା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା ।ଏବର୍ଷ କରୋନା କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରି ସୀମିତ ସଂଖ୍ୟକ ସେବାୟତ ମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଥିଲା ।ତେବେ ଅନ୍ୟବର୍ଷ ଭକ୍ତମୟ ହୋଇଉଠୁଥିବା ଛଳିଆ ପାହାଡ଼ ଏ ବର୍ଷ ଘଣ୍ଟ ସଂଖରେ ଉଛୁଳି ଉଠୁଥିଲେ ମଧ୍ୟ ଭକ୍ତ ମାନଙ୍କର ଅନୁପସ୍ଥିତି ଯୋଗୁଁ ପରିବେଶ ପୁରା ଖାଁ ଖାଁ ଲାଗୁଥିଲା ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.