ଶେରଗଡ଼ ରେ ଜିଲ୍ଲାପାଳଙ୍କ କରୋନା ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ।

0 563

ଶେରଗଡ଼,୧୭/୦୮(ପିପିଟି); ଶେରଗଡ଼ ବ୍ଲକକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ଅଚାନକ ପରିଦର୍ଶନ କରିବା ସହ ବ୍ଲକରେ କରୋନା ସ୍ଥିତି ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବ୍ଲକ ସମ୍ମୁଖରେ ସାମାଜିକ ଦୂରତା ସହ ଏକ ବୈଠକରେ ଯୋଗଦେଇ ଶ୍ରୀ କୁଲାଙ୍ଗେ କହିଥିଲେ । ଅଗଷ୍ଟମାସ ଆମକୁ ଜଗିବାକୁ ପଡ଼ିବ କାରଣ ବ୍ଲକରେ କରୋନା ରୋଗୀସଂଖ୍ୟା କାମୁଛି ବୋଲି ଆମେ ଚୁପ୍ ବସିଲେ ହେବନାହିଁ । ଆମକୁ ନୂଆଁ ସଂକ୍ରମଣରେ ରୋକିବାକୁ ପଡିବ । ବ୍ଲକରେ ୨୮ ଟି କରୋନା ରୋଗୀ ଅଛନ୍ତି ବୋଲି ଖୁସିବ୍ୟକ୍ତ କରିଥିଲେ । ଗ୍ରାମ ମାନଙ୍କରେ କୋଭିଡ଼-୧୯ ମନିଟର ମାନଙ୍କୁ ଧରି ସଚେତନତା କରିବାକୁ ପଡିବ । ଗ୍ରାମ ସେବକ ମାନେ ପ୍ରତି ଗ୍ରାମ ମାନଙ୍କୁ ଯାଇ କରୋନାର ଅଗ୍ରଗତି ରୋକିବାକୁ ପଡିବ । ଉପସ୍ଥିତ ବିଡ଼ିଓ ଓ ବ୍ଲକ ଯନ୍ତ୍ରୀ ମାନେ ଗ୍ରାମ ମାନଙ୍କୁ ପରିଦର୍ଶନ କରି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅଗ୍ରଗତି ଓ ନୂଆଁ ପ୍ରକଳ୍ପ ଆରମ୍ଭ କରିବାକୁ ପଡିବ। ଗ୍ରାମର ଲୋକ ମାନଙ୍କୁ ନିଯୁକ୍ତି ଯୋଗାଇବାର ବ୍ୟବସ୍ତା କରିବେ । ଉପସ୍ଥିତ ତହସିଲଦାର୍ ଓ ଥାନା ଅଧିକାରୀ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ବଜାରକୁ ଯାଇ ସାମାଜିକ ଦୂରତା,ମାସ୍କ ପରିଧାନ ସହ ଅମାନିଆଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀ ମାନେ ଠିକସେ ସେବା ଯୋଗାଇ ପାରୁନାହାନ୍ତି ବୋଲି କିଛି ଗ୍ରାମ ସେବକ ଅଭିଯୋଗ କରିଥିଲେ ଏହାର ଉପରେ ଦୃଷ୍ଟି ଦିଆଯାଉ ବୋଲି ଜିଲ୍ଲାପାଳ କହିଥିଲେ । ଗୋଷ୍ଟି ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ,ତହସିଲଦାର ଡ଼.ଦୟାସିନ୍ଧୁ ପରିଡା,ସିଡିପିଓ ଜୟନ୍ତୀ ପଟ୍ଟପିଙ୍କୁଆ , ଥାନା ଅଧିକାରୀ ରମେଶଚନ୍ଦ୍ର ଦାସ,ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ରାଜସ୍ୱ ନିରୀକ୍ଷକ ବାବୁଲା ଦଳାଇ ,ଜିଲ୍ଲା ପରିଷଦ ଦାମୋଦର ମହାପାତ୍ର,ବ୍ଲକ ଯୁବ ସଭାପତି ତଥା ସମାଜ ସେବୀ ସନ୍ତୋଷ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.