ଶେରଗଡ଼ ନାଳ ପାଇଁ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ,ପାଣି ସ୍ତର ବଢୁଛି ।

0 654

ଶେରଗଡ,(ପିପିଟି)୧୬/୦୬,ଶେରଗଡ଼ର ପାଣି ନିଷ୍କାସନ ନିମନ୍ତେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ତହସିଲଦାର ଡ଼.ଦୟାସିନ୍ଧୁ ପରିଡା,ବିଡ଼ିଓ ସୁରଞ୍ଜନ କୁମାର ସାହୁ,ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ର ତିନି ଛକ,ଚାରି ଛକ,ନନ୍ଦିନୀ ନଦୀ ତଟ ବୁଲିବା ସହ ନାଳ ସମାସ୍ୟା ସମାଧାନନେଇ ଆଲୋଚନା କରାଯାଇଥିଲା ସେହି ସମୟରେ ଶତାଧିକ ଶେରଗଡ଼ ଗ୍ରାମବାସୀ ଉକ୍ତ ଅଧିକାରୀ ମାନଙ୍କୁ ଘେରିବା ସହ ତିନି ଛକକୁ ଲାଗି ଜମି ରହିଥିବା ପାଣିକୁ ଖାଲି କରିବା ନେଇ ଦାବି କରିଥିଲେ।ଏପରିକି ଆଜି ସନ୍ଧ୍ୟା ସୁଧା ତିନି ଛକ ଜମିରୁ ପାଣି ନିଷ୍କାସନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି କଡା ଚେତାବନୀ ଦେଇଥିଲେ।ଏହାପରେ ଅଧିକାରୀ ମାନେ ବିଚାର ବିମର୍ଶ କରିବା ସହ ତୁରନ୍ତ ନାଳ କରିବା ନେଇ ପ୍ରତିଶୃତି ଦେବା ସହିତ ନୁଆଁ ନାଳ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି ବୋଲି ପୂର୍ତ୍ତି ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶତପଥୀ କହିଥିଲେ। ବ୍ଲକ ର ନାଳ ସମାସ୍ୟା ଦିନକୁ ଦିନ ଜଟିଳ ହେବାକୁ ଯାଉଛି।ନାଳ ଯୋଗୁଁ ପ୍ରତିବର୍ଷ ଶେରଗଡ଼ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି।ଚଳିତ ବର୍ଷ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଫଳରେ ୫୦୦ଏକର ଜମି ରେ ଚାଷ କାର୍ଯ୍ୟ ବନ୍ଦ ହୋଇ ରହିଛି।ଏହାକୁ ନେଇ ଚାଷୀ ମାନେ ଅଭିଯୋଗ ପତ୍ର ଦେଇଥିଲେ।ଉକ୍ତ ସମୟରେ ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ, ହୃଷିକେଶ ପାଢ଼ୀ, ବାଲାଜି ପ୍ରଧାନ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ଗ୍ରାମାବାସୀ ମାନେ ଅଧିକାରୀ ମାନଙ୍କୁ ନାଳର ସ୍ଥାୟୀ ସମାଧାନ ନେଇ ଅଧିକାରୀ ମାନଙ୍କୁ ଦାବି କରିଥିଲେ।ଲଗାଣ ବର୍ଷା ଯୋଗୁଁ ତିନିଛକ ନିକଟରେ ଜଳସ୍ତର ବଢୁଛି। ଫଳରେ ଶେରଗଡ଼ ଗ୍ରାମବାସୀ ଙ୍କ ମୁଣ୍ଡ ବ୍ୟଥା ବଢୁଛି।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.