ଶେରଗଡ଼ ଗ୍ରାମ ପଞ୍ଚାୟତ ସମସ୍ତ ଗ୍ରାମକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ,୩ଟି ଗ୍ରାମକୁ ବଫର ଜୋନ ଘୋଷଣା ।

0 562

ଶେରଗଡ,୩୧/୦୭(ପିପିଟି); ଶେରଗଡ଼ ପଞ୍ଚାୟତ ଦିନକୁ ଦିନ କରୋନା ରୋଗୀ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ୨୮ତାରିଖ ଦିନ ଶେରଗଡ଼ ଗ୍ରାମରୁ ୨୯ଟି କରୋନା ପଜିଟିଭ ବହାରିବା ପରେ ଶେରଗଡ଼ ପଞ୍ଚାୟତ ରେ ଭୟର ସଂଚାର ଆସି ଯାଇଥିଲା। ଏହି ସ୍ଥିତିକୁ ଦେଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ କ୍ରମେ ଗୋଟିଏ ଦିନରେ ପଜିଟିଭ କେଶ ୨୯ଟି ବାହାରିବା ପରେ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । କରୋନା ରୋଗୀଙ୍କ ସଂକ୍ରମଣକୁ ଆଖି ଆଗରେ ରଖି ନିୟନ୍ତ୍ରଣ କରିବା ଲାଗି ଜିଲ୍ଲାପାଳଙ୍କ ଜରୁରୀ କାଳୀନ ବିଭାଗ ପତ୍ର ସଂଖ୍ୟା ୫୭୧୩/୨୮/୭/୨୦ ପ୍ରକାରେ ଏକ ନିର୍ଦ୍ଦେଶ ନାମା ଜାରି କରିବା ସହ ଶେରଗଡ଼ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଶୁକ୍ରବାର ବା ୩୧/୭ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରାଯାଇଛି ଏବଂ ସମସ୍ତ ଦୋକାନ ବଜାର ବନ୍ଦ ସହ ଯାନବାହନ ଉପରେ କଟକଣା ଲଗାଯାଇଛି । ଏ କ୍ଷେତ୍ରରେ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା,ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ,ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ,ସିଡିପିଓ ଜୟନ୍ତୀ ପାଟପିଙ୍ଗୁଆ, ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କୁ କଣ୍ଟେନମେଣ୍ଟ ଜୋନର କାର୍ଯ୍ୟ ସମ୍ପର୍କରେ ପତ୍ର ମାଧ୍ୟମରେ ଜଣା କରିଛନ୍ତି। ଏଥି ସହ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଶେରଗଡ଼ ବ୍ଲକର ପାଟପଲ୍ଲୀ, ରାମଗିରି, ବାରସିଙ୍ଗି ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି । ଏଣିକି ଶେରଗଡ଼ ପଞ୍ଚାୟତର ସମସ୍ତ ଗ୍ରାମ ଓ ୩ଟି ଗ୍ରାମରେ କଟକଣା ଲାଗୁ ହେବା ସହ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଉକ୍ତ ଗ୍ରାମ ମାନଙ୍କରେ ମାଜିଷ୍ଟ୍ରେଟ ଦାୟିତ୍ବ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖବର ପହଁଚିବା ପରେ ଶେରଗଡ଼ ଗ୍ରାମ ପଞ୍ଚାୟତର ଜନସାଧାରଣ ମନରେ ଛନକା ପଶିଛି। ଲକଡାଉନ,ସଟ ଡାଉନ ରେ ଲୋକ ମାନେ ଘାଣ୍ଟି ସନ୍ତୁଳି ହୋଇଥିବ ବେଳେ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନ ମେଣ୍ଟ ଜୋନ ଘୋଷଣା ଶେରଗଡ଼ ବାସୀଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ଦିଗରେ ପ୍ରଶାସନ ସମସ୍ତ ପ୍ରକାର ଵ୍ୟଵସ୍ଥା କରୁ ଜନସାଧାରଣ ପକ୍ଷରୁ ଅଭିଯୋଗ ହେଉଛି । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.