ଲକ୍ ଡାଉନ ଯୋଗୁଁ ଦୁର୍ଦ୍ଦଶା ଭୋଗୁଥିବା ଅସହାୟଙ୍କୁ ଖାଦ୍ୟବଣ୍ଟନ ।

0 70

ବୋଲଗଡ,(ପିପିଟି)୦୧/୦୫ ;ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଧଳାପଥର ଶାଖା ରାଜ୍ୟସ୍ତରୀୟ  ଉତ୍କଳ ଫାଉଣ୍ଡେସନ୍ ତରଫରୁ ଗତ ଏପ୍ରିଲ ୨୯ ରିଖରୁ ଆଦ୍ୟବିଧି ବିଭିନ୍ନ ଜିଲ୍ଲାରେ ଲକ୍ ଡାଉନ ଯୋଗୁଁ ଦୁର୍ଦ୍ଦଶା ଭୋଗୁଥିବା ଅସହାୟଙ୍କୁ  ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ କିଛି  ଦିନ ଧରି  ବୋଲଗଡ ବ୍ଲକର ହରିଜନ,  ଆଦିବାସୀ  ଅଧୁସୀତ ଅଞ୍ଚଳର ଧଳା ପଥର, ପାଟପୁର ଶାସନ, ସାଗୁରଗାଁ, ଗେଡିଆପଲି ଆଦି ଅଞ୍ଚଳ ରେ ଶୁଖିଲା ଖାଦ୍ୟ, ଚୁଡା,ବିସ୍କୁଟ,  ଚିନି, ସାବୁନୁ, ପେଷ୍ଟ, ଇତ୍ୟାଦି ଘର କୁ ଘର ବୁଲି ବଣ୍ଟନ, କରୁଥିବା ବେଳେ ଆଜି ଅପରାହ୍ନ ସମୟରେ ପାଟବନ୍ଧ ଗ୍ରାମର ୧୩୦ ଆଦିବାସୀ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି । ଉକ୍ତ ଫାଉଣ୍ଡେସନ ବୋଲଗଡ ବ୍ଲକରେ ଦଳିତ ୭୦୦ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ସଭ୍ୟ ଓ ସମାଜ ସେବି, ଭରତ ବେହେରାଙ୍କ ଠାରୁ ସୂଚନା ମିଳିଛି ।ଏହି ସଂସ୍ଥାର  କର୍ମୀ,ଦୀପକ ନାୟକ,ବିଜୟ କୁମାର ସାହୁ, ମୁକେଶ ସାହୁ, ସୁଶାନ୍ତ କୁମାରସାହୁ,ରାକେଶ ନାୟକ,ସମେତ ବଣ୍ଟନ ସମୟରେ କରୋନା ଭୁତାଣୁ ସଂକ୍ରମିତ ସଂପର୍କରେ ଲୋକମାନକୁ ସଚେତନତା କରାଇଥିଲେ ।
ରିପୋର୍ଟ – ଶୁଶାନ୍ତ ପ୍ରଧାନ

Leave A Reply

Your email address will not be published.