ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହିପାରିବେ- ଜିଲ୍ଲାପାଳ ।

0 355

ଯାଜପୁର, ତା- ୧୦/୦୮ ;କରୋନା ପଜିଟିଭ ରୋଗୀ ଯେଉଁ ମାନଙ୍କର ଲକ୍ଷଣ ନଥିବ, ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ ନିଜ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ସରକାର ନିୟମ କରିଚ୍ଥନ୍ତି । ଏସ୍.ଆର.ସି. ଙ୍କ ପରାମର୍ଶ ମୁତାବକ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଯଦି ସଂପୃକ୍ତ ବ୍ୟକ୍ତିଙ୍କର ଗୃହରେ ଅଲଗା ରୁମ୍ ଓ ଅଲଗା ଶୌଚାଳୟ ରହିଥିବ ତେବେ ତାଙ୍କୁ ହୋମ୍ ଆଇସୋଲେସନ ବା ଗୃହ ସଙ୍ଗରୋଧ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି । ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରି ଜିଲ୍ଲାପାଳ ଦାସ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ରହିବାର ଅନୁମତି ଦେବା ପୂର୍ବରୁ ଦାୟିତ୍ୱରେ ଥିବା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କ ଗୃହର ଭିିଭୂମି ଅନୁଧ୍ୟାନ କରିବା ଜରୁରୀ ଅଟେ ବୋଲି କହିଥିଲେ । କେଉଁ ଲୋକ ମାନଙ୍କୁ ଘରେ ରହିବାକୁ ଅନୁମତି ମିଳିବ ସେମାନେ ସଠିକ ଭାବେ ସଙ୍ଗରୋଧ ମାନିବା ଜରୁରୀ । ଏହାକୁ ଅନୁଧ୍ୟାନ କରିବାକୁ ଗ୍ରାମାଞ୍ଚଳରେ ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ଓ ସହରାଳରେ ୱାର୍ଡ ନୋଡାଲ ଅପିଂସର, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି । ସେମାନେ ସରକାରଙ୍କର ନିୟମାବଳୀ ଆଧାରରେ ପ୍ରୋଟୋକଲର ଯେପରି ଉଲଙ୍ଘନ ନହୁଏ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବେ । ସେମାନେ ମଧ୍ୟ ସଙ୍ଗରୋଧରେ ରହିଥିବା ସେହି କରୋନା ପଜିଟିଭ ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ରଖିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନେବେ । ସଂପୃକ୍ତ ରୋଗୀ ମାନଙ୍କୁ ସାକ୍ଷାତ ବା ଟେଲିପୋଂନ ମାଧ୍ୟମରେ ସ୍ୱାସ୍ଥ୍ୟ ପରାମର୍ଶ ବା ଚିକିତ୍ସା କରାଇ ପାରିବେ । ଏ କ୍ଷେତ୍ରରେ ସମସ୍ତ ବି.ଡି.ଓ. , ପୈାର ନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ଉରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି । ତତ୍ ସହିତ ଏ ସଂପର୍କରେ ଉପଯୁକ୍ତ ପଂର୍ମାଟରେ ଦୈନିକ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ପ୍ରୋଟୋକଲର ନିୟମାବଳୀକୁ କଡାକଡି ଭାବେ ପାଳନ ସହ ସଂପୃକ୍ତ ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଦୈନିକ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଚ୍ଥନ୍ତି । ଅପର ପକ୍ଷରେ ଗୃହ ସଙ୍ଗରୋଧରେ ରହୁଥିବା ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ କରୋନା ପଜିଟିଭ ବ୍ୟକ୍ତିମାନେ ନିୟମାନୁସାରେ ସଙ୍ଗରୋଧରେ ରହି ଅନ୍ୟ ମାନଙ୍କୁ ସଂକ୍ରମିତ ନକରିବା, ଅନ୍ୟ ମାନଙ୍କ ସହ ନ ମିଶିବାକୁ ଜିଲ୍ଳାପାଳ ଅନୁରୋଧ କରିଚ୍ଥନ୍ତି । ଯେଊଁ ମାନଙ୍କର ଘରେ ରହିବାର ସୁବିଧା ନ ଥିବ ସେମାନେ ପାୟତର କୋଭିଡ କେୟାର ହୋମରେ ରହିବେ । ଭୟଭୀତ ନୁହେଁ , ସଚେତନ ଦ୍ୱାରା ହିଁ କରୋନାକୁ ଆମେ ଜିତିପାରିବା । ଘରେ ରହୁଥିବା କରୋନା ସଂକ୍ରମିତ ବ୍ୟକ୍ତି, ତାଙ୍କ ପରିବାର ଏବଂ ଅନ୍ୟ ବ୍ୟକ୍ତିମାନେ ଯତ୍ନବାନ ହେବା ଉଚିତ । ତେଣୁ ଜିଲ୍ଲାର ପ୍ରତ୍ୟେକ ଅଧିବାସୀ କରୋନାର ମାର୍ଗଦର୍ଶିକାକୁ ମାନି ଚଳିବା ସହ ସଚେତନତାପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ଯେଉଁ ମାନଙ୍କର ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କୁ କୋଭିଡ କେୟାର ସେଣ୍ଟରରେ ରଖାଯିବ । ତେବେ ଗୁରୁତର ରୋଗୀ ଓ ଅନ୍ୟାନ୍ୟ ବହୁବିଧ ରୋଗରେ ପୀଡିତ ରୋଗୀ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପ୍ରେରଣ କରାଯିବ ବୋଲି ଜିଲ୍ଳାପାଳ ସୂଚନା ଦେଇଚ୍ଥନ୍ତି । ବର୍ତ୍ତମାନ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଚ୍ଥି । ବର୍ତ୍ତମାନ ଜିଲ୍ଲାର ପ୍ରାୟ ୨୨୦୦ ଭଳି ଟେଷ୍ଟର ଲକ୍ଷ୍ୟ ରଖାଯାଇଚ୍ଥି । ଯେଉଁଥିରେ ଆର.ଟି.ପି.ସି.ଆର. ରେ ୨ ହଜାର ଓ ଆଣ୍ଟିଜେନ ୨୦୦ କରାଯିବ । ପରର୍ବୀ ସମୟରେ ଟେଷ୍ଟିଂକୁ ଦୈନିକ ୪ ହଜାରରୁ ଉର୍ଦ୍ଧ୍ବକୁ ବଢାଯିବ ବୋଲି ଜିଲ୍ଳାପାଳ ଅବଗତ କରାଇବା ସହ ଜନସାଧାରଣଙ୍କର ସହଯୋଗ କାମନା କରିଚ୍ଥନ୍ତି ।

Leave A Reply

Your email address will not be published.