ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୋମନାଥ ପାତ୍ର ମୁକ୍ତ; ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରାଟ ମୋଟରସାଇକେଲ ଶୋଭାଯାତ୍ରା ।
ବ୍ରହ୍ମପୁର,୨୫/୦୮(ପିପିଟି) : ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସୋମନାଥ ପାତ୍ର ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକ୍ତ ହୋଇଛନ୍ତି । ତାଙ୍କ ମୁକ୍ତି ପରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ମଣ୍ଡଳ କାରାଗାର ସମ୍ମୁଖରେ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସମାଗମ ହୋଇଥିଲା । ବାଣ ଓ ବାଜା ସହ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ମୋଟରସାଇକେଲକୁ ନେଇ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଶୋଭାଯାତ୍ରାରେ ବି ସୋମନାଥ ପାତ୍ରଙ୍କୁ ନେଇ କାର୍ଯ୍ୟକର୍ତ୍ତାମାନେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ । ପରେ ଶୋଭାଯାତ୍ରା ହିଲପାଟଣା ସ୍ଥିତ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦ ଯୁବ ସଭାପତି ବି ସୋମନାଥ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ସୋମନାଥ ପାତ୍ର କହିଥିଲେ ଯେ, ତାଙ୍କୁ ଯେଉଁଭଳି ଭାବେ ଗିରଫ କରାଯାଇଛି, ତାହା ପଛରେ ପୋଲିସ ଅଧିକାରୀ ସୌଭାଗ୍ୟ ସ୍ୱାଇଁ, ଗୋପାଳପୁର ଆଇଆଇସି, ସଦର ଥାନା ଆଇଆଇସି ଏବଂ ଏସ୍ପିଙ୍କ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ଓ କାହା ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଛି, ତାହା ତଦନ୍ତସାପେକ୍ଷ । ତାଙ୍କୁ ଆକ୍ରୋଶମୂଳକ ଓ ଉଦ୍ଦେଶ୍ୟମୂଳକ ଭାବେ ଷଡ଼ଯନ୍ତ୍ର କରି ଗିରଫ କରାଯାଇଥିବା ସେ ଅଭିଯୋଗ କରିଥିଲେ । ସେ ଆହୁରି କହିଥିଲେ ଯେ, ଜିଲ୍ଲା ଦାୟିତ୍ୱରେ ଥିବା ଜଣେ କାର୍ଯ୍ୟକର୍ତ୍ତା ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ପୋଲିସକୁ ପଚାରିଲେ ଯଦି ଏଭଳି ଭାବରେ ଗିରଫର ସମ୍ମୁଖୀନ ହେବାକୁ ପଡ଼େ, ତେବେ ସାଧାରଣ ଲୋକଙ୍କ ପ୍ରତି ପୋଲିସର ବ୍ୟବହାର କିପରି ହେଉଥିବ, ତାହା ଏକ ବଡ଼ ପ୍ରଶ୍ନ । ଗାଁ ଗାଁରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଗଣତାନ୍ତ୍ରିକ ଉପାୟରେ ଏହାର ଜବାବ ଦିଆଯିବ ବୋଲି ସେ କହିଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ସରକାର ଓ ସଂଗଠନ ସହ ସମନ୍ୱୟ ରଖି ଜନସାଧାରଣଙ୍କ ସମସ୍ୟା ଓ ସ୍ୱାର୍ଥ ପାଇଁ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର, ରାଜ୍ୟ ଏସ୍ସି ମୋର୍ଚ୍ଚା ଉପସଭାପତି ବନମାଳୀ ସେଠୀ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ସାମନ୍ତରା, ପଦ୍ମ ଚରଣ ସାହୁ, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ଜିଲ୍ଲା ସମ୍ପାଦକ ଶିବଙ୍କର ନାୟକ, ବସନ୍ତ ବେହେରା, ବିଜେପିର ବରିଷ୍ଠ ନେତା ସୁନୀଲ କୁମାର ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ନାରାୟଣ ଦାଶ, ଦୁର୍ଗାମାଧବ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍ ମୋହନ ଦାସ, ବାଳକୃଷ୍ଣ ସାମନ୍ତରା, ଶଙ୍କର ପ୍ରଧାନ, ସାଗର ପାତ୍ରଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ବି. ରବି ରାଓ, କିଶୋର କୁମାର ସାହୁ, ଆଲୋକ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣ ପୋଲାଇ,ଗୋପୀନାଥ ମହାରଣା,ଜିଲ୍ଲା ସମ୍ପାଦକ ସୁମିତ୍ ପାତ୍ର, ଅମର ସାହୁ, କାହ୍ନା ପାତ୍ର, ସୁମନ ରାଉଳ, ଜିଲ୍ଲା ଯୁବମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ସୁନିଲ କୁମାର ଦୋରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶକ୍ତି ପଟ୍ଟନାୟକ, ଶୀତଲ ଜେନା, ରାହୁଲ ସାହୁ, ଶ୍ରୀଧର ପାଳ, ଗଣେଶ ସାହୁ, ଜଗନ ମହାପାତ୍ର, ସୁନୀଲ ସାହୁ, କମଲ୍ ପାତ୍ର, ସଞ୍ଜୟ କୁମାର ଦାସ, ଜି. ବିଜୟ ପାତ୍ର, ମନୋଜ ପାଣିଗ୍ରାହୀ, ଅଜୟ ଦାସ, ଅର୍ଜୁନ ବେହେରା, ଗଜେନ୍ଦ୍ର ଚୈାଧୁରୀ, ମନୋଜ ମହାରଣା ପ୍ରମୁଖଙ୍କ ସମେତ ଶତାଧିକ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।