ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ।

0 204

ଭୁବନେଶ୍ୱର,୨୫/୦୮(ପିପିଟି):ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ବୈଠକ ଖୋରଧା ଅତିରିକ୍ତ ଜିଲ୍ଲାପାଳ  ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ଖୋରଧା, ପୁରୀ, କଟକ,ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ୭୭୫ ଜଣ ତୀର୍ଥଯାତ୍ରୀ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନରେ ବାରଣାସୀ-ଅଯୋଧ୍ୟା ଯାତ୍ରା କରିବେ । ସେମାନେ ତୀର୍ଥ ସାରି ସେପ୍ଟେମ୍ବର ୭ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ । ସେମାନଙ୍କୁ ସହଯୋଗ କରିବାକୁ ୨୫ଜଣ ଅଧିକାରୀ ମଧ୍ୟ ଯାତ୍ରା କରିବେ ।

ଏହି ପ୍ରଥମ ପର୍ଯ୍ୟାୟରେ ଖୋରଧା ଜିଲ୍ଲାର ୧୬୯ ଜଣ , ପୁରୀରୁ ୧୨୭, କଟକର ୧୯୭,ଜଗତସିଂହପୁର ଜିଲ୍ଲାର ୮୫, କେନ୍ଦ୍ରାପଡ଼ାରୁ ୧୦୮ଓ ଢେଙ୍କାନାଳ ଜିଲ୍ଲାର ୮୯ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ । ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଆର୍ଥିକ ସ୍ୱଚ୍ଛଳ ନଥିବା ବରିଷ୍ଠ ନାଗରିକ ମାନେ ବିନା ମୂଲ୍ୟରେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବାର ସୁଯୋଗ ପାଇପାରିବେ । ଆସନ୍ତା ୧ ତାରିଖରେ ସମ୍ପୃକ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ବସ ଦ୍ୱାରା ତିର୍ଥଯାତ୍ରୀ ମାନେ ପହଂଚିବା ପରେ ସେମାନଙ୍କୁ ଆତିଥେୟତା ପ୍ରଦାନ କରାଯିବ । ଏଥିନିମନ୍ତେ କ୍ୟାପିଟାଲ ହାଇସ୍କୁଲ, ଭାରତ ସ୍କାଉଟ ଓ ଗାଇଡ଼, ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ଓ ଭୀମ ଭୋଇ ଦୃଷ୍ଟି ବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରହିବା, ସୁରକ୍ଷା ଖାଦ୍ୟପେୟ ଓ ଭଜନ କାର୍ଯ୍ୟକ୍ରମର ବ୍ୟାପକ ବନ୍ଦୋବସ୍ତ କରାଯିବ । ସ୍ୱତନ୍ତ୍ର ଅଧିକାରୀ ମାନେ ଉପସ୍ଥିତ ରହି ପ୍ରକ୍ରିୟାର ଯାଞ୍ଚ କରିବେ ।

ଏଥିନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରିବା ସହ ଅଧିକାରୀ ମାନେ ଉପସ୍ଥିତ ରହି ଦାୟିତ୍ୱ ସମ୍ପର୍ଣ୍ଣ କରିବାକୁ ଶ୍ରୀ ବେଉରା ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ପରିମଳ, ଖାଦ୍ୟ, ପାନୀୟ ଅଗ୍ନି ନିରାପତ୍ତା, ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ଭୁବନେଶ୍ୱର ଉପ-ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ଅଞ୍ଜନ କୁମାର ବାରିକ, ବିଭିନ୍ନ ବ୍ଲକର ବିଡ଼ିଓ ଓ ତହସିଲଦାର, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ଶିକ୍ଷକ ଶିକ୍ଷୟିତ୍ରୀ, ସ୍ବେଛାସେବୀ ସଂସ୍ଥାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.