ରାଜ୍ୟରେ ୨୪ଘଣ୍ଟା ରେ ନୂତନ ପଜିଟିଭ ସଂଖ୍ୟା ୪୬୯, ମୋଟ ଆକ୍ରାନ୍ତ ସଂଖ୍ୟା ୯୦୭୦ ।

0 1,240

ଭୁବନେଶ୍ଵର,ତା-୦୫/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୧୮୨ ମଧ୍ୟରୁ ୧୨୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୧ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୯୭୧ ମଧ୍ୟରୁ ୭୩୨ ଜଣ ସୁସ୍ଥ ,୦୭ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୨ ହୋଇଛି । ନୂତନ ଆକ୍ରାନ୍ତ ୪୬୯ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୮୭୦୯୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୯୦୭୦ ଚିହ୍ନଟ ହୋଇଛନ୍ତି । ୫୯୩୪ ଜଣ ସୁସ୍ଥ ହୋଇଥିବା ବେଳେ ୩୦୯୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୧୦ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୪୬୯ ଜଣଙ୍କ ମଧ୍ୟରୁ ୩୧୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୫୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.